‘ଡିଜିଟାଲ୍ ଯୁଗରେ ବି ପୁସ୍ତକର ଚାହିଦା ରହିଛି’

ପଞ୍ଚଧାରା ସାହିତ୍ୟ ସଂସଦର ସାରସ୍ୱତ ସମାରୋହ


ଆଠମଲ୍ଲିକର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ପଞ୍ଚଧାର ସାହିତ୍ୟ ସଂସଦ ପକ୍ଷରୁ ସ୍ଥାନୀୟ ସୂଚନା କେନ୍ଦ୍ରଠାରେ ନୂଆବର୍ଷ ଅବସରରେ ଏକ ସାରସ୍ୱତ ସମାରୋହ ଅନୁଷ୍ଠିତ ହୋଇଯାଇଛି । ସାହିତ୍ୟ ଓ ସଙ୍ଗୀତର ଯୁଗଳବନ୍ଦି କାର୍ଯ୍ୟକ୍ରମରେ ଆଲୋଚନାଚକ୍ର, ସ୍ୱରଚିତ କବିତା ପାଠୋତ୍ସବ ଓ ସଙ୍ଗୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସଂସଦର ସମ୍ପାଦକ ଇଂ. ଆଭାସ କୁମାର କ୍ଷେତୀଙ୍କ ସଂଯୋଜନାରେ ‘ଡିଜିଟାଲ ଯୁଗରେ ସାହିତ୍ୟ ଓ ସଂସ୍କୃତି’ ଶୀର୍ଷକରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଛି । ନାଟ୍ୟକାର ଚିତ୍ତରଞ୍ଜନ ତ୍ରିପାଠୀ, ଅଧ୍ୟାପକ ବିବେକାନନ୍ଦ ବେହେରା, ସାମ୍ବାଦିକ ଉଦିପ୍ତ ପୁରୋହିତ, ଶିକ୍ଷକ ସଦାଶିବ ଦଳବେହେରା, ତ୍ରିଜୀବ ମିଶ୍ର ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଡିଜିଟାଲ ଯୁଗରେ ବି ପୁସ୍ତକର ଚାହିଦା ରହିଛି । ପାଠକ ସହିତ ବହିର ସମ୍ପର୍କ ସର୍ଦଦା ରହିବ । ଆଧୁନିକତା ସହ ତାଳଦେଇ ଡିଜିଟାଲ ମାଧ୍ୟମ ସହ ସମସ୍ତେ ବହି କିଣିବା ଓ ପଢିବାର ଅଭ୍ୟାସ ରଖିଲେ ବହି ବଞ୍ଚି ରହିବ ବୋଲି ଆଲୋଚକମାନେ ମତ ପ୍ରକାଶ କରିଥିଲେ ।
ଏହି ଅବସରରେ ଅନୁଷ୍ଠିତ ସ୍ଵରଚିତ କବିତା ପାଠୋତ୍ସବରେ କବି ସଂଗ୍ରାମ ମିଶ୍ର, ଶାନ୍ତନୁ ମେହେର, ସର୍ବେଶ୍ୱର ଘିବାଲା ପ୍ରମୁଖ କବିତା ପାଠ କରିଥିଲେ । ସଂଗୀତ କାର୍ଯ୍ୟକ୍ରମରେ କଣ୍ଠଶିଳ୍ପୀ ବିଭୂତି ଭୂଷଣ ରଥ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିବା ବେଳେ ଆକାଶବାଣୀ କଳାକାର ମନ୍ମଥ ଭୁରଭୁରି, ବିକ୍ରମ ରଣଭଇଁସା, କୁନି ପ୍ରତିଭା ସମାଇରା ମିଶ୍ର, କଳିଙ୍ଗ ବେହେରାମାଳି, ଭୁବନ ମାହନ ତ୍ରିପାଠୀ, ପରମେଶ୍ୱର ପାତ୍ର ପ୍ରମୁଖ ସଙ୍ଗୀତ ପରିବେଷଣ କରିଥିଲେ । ବାଦ୍ୟଯନ୍ତ୍ରରେ ସଙ୍ଗୀତ ନିର୍ଦ୍ଦେଶକ ବ୍ରହ୍ମାନନ୍ଦ କୁମ୍ଭାର, ଗୁରୁ ଶ୍ରୀଧର ମହାନ୍ତି, ଯୁବ ତବଲା ବାଦକ ମାନସ କର୍ଣ୍ଣ ପ୍ରମୁଖ ସହଯୋଗ କରିଥିଲେ । ଶିଳ୍ପୀ ରଣଜିତ୍ ରଣା, ଟୁକୁନୁ ବେହେରା, ଧୀରେନ୍ଦ୍ର ମହାକୁଡ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଶିଳ୍ପୀ ରଣଜିତ୍ ରଣା, ଟୁକୁନୁ ବେହେରା, ଧୀରେନ୍ଦ୍ର ମହାକୁଡ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଏହି ଅବସରରେ କୁନି ପ୍ରତିଭା କଣ୍ଠଶିଳ୍ପୀ ସମାଇରା ମିଶ୍ରଙ୍କୁ ପଞ୍ଚଧାର ସାହିତ୍ୟ ସଂସଦ ତରଫରୁ ପୁରସ୍କୃତ କରାଯାଇଥିଲା । ଶେଷରେ ସଂସଦର ସମ୍ପାଦକ ଶ୍ରୀ କ୍ଷେତୀ ସମସ୍ତଙ୍କୁ ନୂତନ ବର୍ଷର ଅଭିନନ୍ଦନ ଜଣାଇ ଧନ୍ୟବାଦ ଦେଇଥିଲେ ।

Related Posts

Leave a Reply

Your email address will not be published. Required fields are marked *