ଭାନୁଜୀ ରାଓ

ଆମ ସମସ୍ତଙ୍କ ଶେଷ ଠିକଣା
ଅରୁଆ କଦଳୀ ବଣ ।
ସଡ଼କ ସିଧା ଲମ୍ବିଛି,
ଖୋଜି ପାଇବାରେ ଅସୁବିଧା ନାହିଁ,
ଆପଣ ନିଶ୍ଚେ ଦିନେନା ଦିନେ
ପହଞ୍ଚି ଯିବେ ଠିକ୍‍ ଜାଗାରେ ।

ନା-ନା, ଖ-ବ-ର-ଦା-ର,
ବ୍ଲାଉଜ୍‍ର ଦ୍ୱିତୀୟ ବୋତାମରେ
ଟିପ ଛୁଆଁନ୍ତୁନି ।
ଗୃହିଣୀଙ୍କ କଟାକ୍ଷ କିମ୍ବା ଭର୍ତ୍ସନା,
ଗହଣା ବାକ୍‍ସ ଅଥବା ଶାଢ଼ୀର ଶୃଙ୍ଖଳ,
କିଛି ହେଲେ ଆପଣଙ୍କୁ
ବାନ୍ଧି ରଖି ପାରିବ ନାହିଁ ।
ପିଲାଙ୍କ ସମସ୍ତ ଅଳି,
କଣ୍ଢେଇ ଆଉ ରଙ୍ଗୀନ ବେଲୁନ ପାଇଁ କାନ୍ଦ,
ତାଙ୍କ ସ୍କୁଲ ବ୍ୟାଗରେ ପୂରେଇ, ଫିତା ବାନ୍ଧି ଦେଇ,
ଆପଣ ସନ୍ତର୍ପଣରେ ଖସି ପଳାଇବେ
ସନ୍ନ୍ୟାସରେ ।
ନୂଆ ଘରର ନକ୍‍ସା ଉଇ ଖାଇଯାଉ ପଛେ ।

ଅରୁଆ କଦଳୀ ବଣ ପରେ
ଆଉ ପୃଥିବୀ ନାହିଁ ।
ସେଠି ସମସ୍ତ ରାସ୍ତା
ଗୋଟାଏ ଗୋଲେଇ ଛକରେ
ଆଣି ମିଶିଛନ୍ତି ।
ତାପରେ ଖାଲି ଅପନ୍ତରା ।

ଆପଣଙ୍କୁ ଆଉ ଦର୍ପଣ ଆଗରେ
ନିଜ ମୁହଁକୁ ଅନାଇ
ମୁଣ୍ଡ କୁଣ୍ଡାଇବାକୁ ପଡି଼ବ ନାହିଁ ।
ବ୍ୟାଙ୍କକୁ ଯାଇ ପେନ୍‍ସନ୍‍ଭୋଗୀଙ୍କ ଧାଡି଼ରେ
ଠିଆ ହେବାର ଝାମେଲା ବି ଖତମ୍‍
ଆଉ ପିଆଜର ଦର
ମନେ ନ ରଖିଲେ ବି ଚଳିବ,
ରୋଜ ସେ ସବୁ ପଣିକିଆ ଘୋଷିବାର ପ୍ରୟୋଜନ ବା କଣ?

ଟାଉନ୍‍ ବସ୍‍ରେ ଆଉ ଚଢ଼ୁଛନ୍ତି,
ଆପଣ ଯିବେ ପରା ବହୁତ ବହୁତ ଦୂରକୁ?
ଇନ୍ଦ୍ରଧନୁର ସମସ୍ତ ରଙ୍ଗ,
ଦୀର୍ଘ ପ୍ରତୀକ୍ଷା ପରର
ଅସରାଏ ବର୍ଷା,
ରାସ୍ତା କାନ୍ଥରେ ନୃତ୍ୟରତା ହେମାମାଳିନୀର ପୋଷ୍ଟର,
କଥା ଭୁଲିଯାନ୍ତୁ ।
ପ୍ରଜାପତିର ଡେଣାରୁ ସବୁ ସୂର୍ଯ୍ୟାଲୋକ
ପୋଛି ଦେଇ
ଆପଣ ଟିକଟ କାଟନ୍ତୁ
ଗ୍ରହାନ୍ତରର ବସ୍‍ ପାଇଁ ।
ଆପଣଙ୍କ ଠିକଣା ହେବ ଏଥର
ଅରୁଆ କଦଳୀ ବଣ ।

ଶେଷ ଠିକଣା
ଭାନୁଜୀ ରାଓ

ଆମ ସମସ୍ତଙ୍କ ଶେଷ ଠିକଣା
ଅରୁଆ କଦଳୀ ବଣ ।
ସଡ଼କ ସିଧା ଲମ୍ବିଛି,
ଖୋଜି ପାଇବାରେ ଅସୁବିଧା ନାହିଁ,
ଆପଣ ନିଶ୍ଚେ ଦିନେନା ଦିନେ
ପହଞ୍ଚି ଯିବେ ଠିକ୍‍ ଜାଗାରେ ।

ନା-ନା, ଖ-ବ-ର-ଦା-ର,
ବ୍ଲାଉଜ୍‍ର ଦ୍ୱିତୀୟ ବୋତାମରେ
ଟିପ ଛୁଆଁନ୍ତୁନି ।
ଗୃହିଣୀଙ୍କ କଟାକ୍ଷ କିମ୍ବା ଭର୍ତ୍ସନା,
ଗହଣା ବାକ୍‍ସ ଅଥବା ଶାଢ଼ୀର ଶୃଙ୍ଖଳ,
କିଛି ହେଲେ ଆପଣଙ୍କୁ
ବାନ୍ଧି ରଖି ପାରିବ ନାହିଁ ।
ପିଲାଙ୍କ ସମସ୍ତ ଅଳି,
କଣ୍ଢେଇ ଆଉ ରଙ୍ଗୀନ ବେଲୁନ ପାଇଁ କାନ୍ଦ,
ତାଙ୍କ ସ୍କୁଲ ବ୍ୟାଗରେ ପୂରେଇ, ଫିତା ବାନ୍ଧି ଦେଇ,
ଆପଣ ସନ୍ତର୍ପଣରେ ଖସି ପଳାଇବେ
ସନ୍ନ୍ୟାସରେ ।
ନୂଆ ଘରର ନକ୍‍ସା ଉଇ ଖାଇଯାଉ ପଛେ ।

ଅରୁଆ କଦଳୀ ବଣ ପରେ
ଆଉ ପୃଥିବୀ ନାହିଁ ।
ସେଠି ସମସ୍ତ ରାସ୍ତା
ଗୋଟାଏ ଗୋଲେଇ ଛକରେ
ଆଣି ମିଶିଛନ୍ତି ।
ତାପରେ ଖାଲି ଅପନ୍ତରା ।

ଆପଣଙ୍କୁ ଆଉ ଦର୍ପଣ ଆଗରେ
ନିଜ ମୁହଁକୁ ଅନାଇ
ମୁଣ୍ଡ କୁଣ୍ଡାଇବାକୁ ପଡି଼ବ ନାହିଁ ।
ବ୍ୟାଙ୍କକୁ ଯାଇ ପେନ୍‍ସନ୍‍ଭୋଗୀଙ୍କ ଧାଡି଼ରେ
ଠିଆ ହେବାର ଝାମେଲା ବି ଖତମ୍‍
ଆଉ ପିଆଜର ଦର
ମନେ ନ ରଖିଲେ ବି ଚଳିବ,
ରୋଜ ସେ ସବୁ ପଣିକିଆ ଘୋଷିବାର ପ୍ରୟୋଜନ ବା କଣ?

ଟାଉନ୍‍ ବସ୍‍ରେ ଆଉ ଚଢ଼ୁଛନ୍ତି,
ଆପଣ ଯିବେ ପରା ବହୁତ ବହୁତ ଦୂରକୁ?
ଇନ୍ଦ୍ରଧନୁର ସମସ୍ତ ରଙ୍ଗ,
ଦୀର୍ଘ ପ୍ରତୀକ୍ଷା ପରର
ଅସରାଏ ବର୍ଷା,
ରାସ୍ତା କାନ୍ଥରେ ନୃତ୍ୟରତା ହେମାମାଳିନୀର ପୋଷ୍ଟର,
କଥା ଭୁଲିଯାନ୍ତୁ ।
ପ୍ରଜାପତିର ଡେଣାରୁ ସବୁ ସୂର୍ଯ୍ୟାଲୋକ
ପୋଛି ଦେଇ
ଆପଣ ଟିକଟ କାଟନ୍ତୁ
ଗ୍ରହାନ୍ତରର ବସ୍‍ ପାଇଁ ।
ଆପଣଙ୍କ ଠିକଣା ହେବ ଏଥର
ଅରୁଆ କଦଳୀ ବଣ ।


Related Posts

Leave a Reply

Your email address will not be published. Required fields are marked *