କବି ବଳରାମ ପୂଜାରୀ ସମ୍ମାନିତ

ମାଲକାନଗିରି : କୋରାପୁଟ ଜିଲ୍ଲା ଅନ୍ତର୍ଗତ ଦାମନଯୋଡ଼ି ବର୍ଷା ସାହିତ୍ୟ ସଂସଦର ବାର୍ଷିକ ଉତ୍ସବରେ ମାଲକାନଗିରି ଜିଲ୍ଲାର କବି ବଳରାମ ପୂଜାରୀ ସମ୍ମାନିତ ହୋଇଛନ୍ତି । ଓଡ଼ିଆ ଭାଷା ସାହିତ୍ୟକୁ ସମୃଦ୍ଧ କରିବାକୁ କବି ବଳରାମ ପୂଜାରୀ ନିରନ୍ତର ଉଦ୍ୟମ ଜାରି ରଖିଥିବାରୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା । ଉପଢୌକନ ଓ ସମ୍ମାନପତ୍ର, ସ୍ମୃତି ସନ୍ତକ ଅର୍ପଣ କରି ନାଲକୋ କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁଶୀଲ କୁମାର ପାଢୀ ଓ ସାହିତ୍ୟିକ ଡ. ଫନି ମହାନ୍ତି ପ୍ରଶଂସା କରିବା ସହିତ ଆଲୋଡ଼ା ହୋଇ ପଡ଼ିଥିବା ମାଟି ମଣିଷଙ୍କ ସମ୍ପର୍କରେ ଆହୁରି ଉପନ୍ୟାସ ଓ ପ୍ରବନ୍ଧ ଲେଖିବା ପାଇଁ ଉତ୍ସାହିତ କରିଥିଲେ । ଏହି ସମଗ୍ର ସମ୍ମାନକୁ ଶ୍ରୀ ପୂଜାରୀ କୁଡୁମୁଲୁଗୁମ୍ମାର ଜନସାଧାରଣ ତଥା ମାଲକାନଗିରି ସମସ୍ତ ଅବହେଳିତ ନିଷ୍ପେସିତ ଜନଗଣଙ୍କୁ ସମର୍ପିତ କରିଛନ୍ତି । ସେହିପରି ବର୍ଷା ସାହିତ୍ୟ ସଂସଦର ସମସ୍ତ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହି ଖବର ପ୍ରସାରିତ ହେବା ପରେ କୁଡୁମୁଲୁଗୁମ୍ମା ସ୍ଥିତ ଶ୍ରୀ ପୂଜାରୀଙ୍କ ବାସଭବନରେ ବନ୍ଧୁ ଓ ଶୁଭଚିନ୍ତକଙ୍କ ଶୁଭେଛାର ସୁଅ ଛୁଟିଛି ।

Related Posts

One thought on “କବି ବଳରାମ ପୂଜାରୀ ସମ୍ମାନିତ

  1. ଧନ୍ୟବାଦ୍ ସ୍ରଷ୍ଟା। ମାଲକାନଗିରି ମାଟି ରୁ ଶୁଭେଚ୍ଛା ଓ ସମ୍ମାନ

Leave a Reply

Your email address will not be published. Required fields are marked *