ପୁସ୍ତକମେଳା ମୁଖ୍ୟମଞ୍ଚରେ କବି ବଳରାମ ପୂଜାରୀଙ୍କ ୬ଷ୍ଠ କବିତା ସଂକଳନ ‘କୋଣ୍ଡାକାମ୍ବେରୁ ଖୁଆଡ଼’ ଉନ୍ମୋଚିତ

ଭୁବନେଶ୍ୱର : ଭୁବନେଶ୍ୱରରେ ଆୟୋଜିତ ପୁସ୍ତକ ମହୋତ୍ସବ “ଅକ୍ଷର-୨୦୨୩” ସମାପ୍ତ ହୋଇଯାଇଛି । ସେହି ଅବସରରେ କୁଡୁମୁଲୁଗୁମ୍ମା ସମ୍ବାଦ ସାହିତ୍ୟଘର ସମ୍ପାଦକ ତଥା ଯୁବକବି ବଳରାମ ପୂଜାରୀଙ୍କ କବିତା ସଂକଳନ ‘କୋଣ୍ଡାକାମ୍ବେରୁ ଖୁଆଡ଼’ ଉନ୍ମୋଚିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ରାଷ୍ଟ୍ରପତିଙ୍କ ଅତିରିକ୍ତ ଶାସନ ସଚିବ ତଥା କଥାକାର ବିଜୟ କୁମାର ନାୟକ କବିତା ସଂକଳନକୁ ଉନ୍ମୋଚିତ କରିଥିଲେ । ଆଦିବାସୀ ଭାଷା ସାହିତ୍ୟ ଗବେଷକ ପ୍ରଫେସର ଡ. ଦମୟନ୍ତୀ ବେଶ୍ରା, ଗବେଷକ ଡ. ହୃଷୀକେଶ ମଲ୍ଲିକ, ଉପସଭାପତି ଡ. ସଂଗ୍ରାମ ଜେନା, ଏକାଡ଼େମୀ ସଚିବ ସୁବୋଧ ଆଚାର୍ଯ୍ୟ, ଡ. ଦେବାଶିଷ ମହାପାତ୍ର, ନିର୍ଦ୍ଦେଶକ ଡ. ଦିଲ୍ଲୀପ ରାଉତରାୟ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

କବିତା ସଂକଳନ ନିମନ୍ତେ ଏହି ଅବସରରେ ଶ୍ରୀ ପୂଜାରୀଙ୍କୁ ବହୁ ପ୍ରଶଂସା କରାଯାଇଥିବା ବେଳେ ଏହି ଉପଲବ୍ଧି ପାଇଁ ବଳରାମ ପୂଜାରୀଙ୍କୁ କୁଡୁମୁଲୁଗୁମ୍ମା ସମ୍ବାଦ ସାହିତ୍ୟଘର ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିପାଇଁ ଆୟୋଜିତ ବିଶେଷ କାର୍ଯ୍ୟକ୍ରମରେ ସାହିତ୍ୟଘର ସଭାପତି ରମେଶ ଚନ୍ଦ୍ର ନେଲୁରୁ, ସମ୍ପାଦକ ବଳରାମ ପୂଜାରୀ, ଉପସଭାପତି ପ୍ରିୟମ୍ବଦା ରାଉତ, ସହସମ୍ପାଦକ ଭଗବାନ ସାହୁ, କୋଷାଧ୍ୟକ୍ଷ ଟୁଟୁ ସେଠୀ, ଉପଦେଷ୍ଟା ପ୍ରଭାକର ସୁନା, ଆବାହକ ଜ୍ୟୋତି ରଞ୍ଜନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । କବିତା ସଂକଳନର ସଫଳତା ନିମନ୍ତେ ସମସ୍ତେ ଆଶାବ୍ୟକ୍ତ କରିଥିଲେ ।

Related Posts

Leave a Reply

Your email address will not be published. Required fields are marked *