କଥାଶିଳ୍ପୀ ତରୁଣକାନ୍ତି ମିଶ୍ରଙ୍କୁ ପୀତାମ୍ବର ମିଶ୍ର ସାରସ୍ଵତ ସମ୍ମାନ

ଭୁବନେଶ୍ୱର : ଭାଷା ସାହିତ୍ୟର ବିକାଶ କ୍ଷେତ୍ରରେ ପ୍ରକାଶକମାନଙ୍କ ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି । ପ୍ରକାଶକଙ୍କ ବିନା ଲେଖକ ସୃଷ୍ଟି ହେବା ଅସମ୍ଭବ ବୋଲି ପୀତାମ୍ବର ମିଶ୍ର ଫାଉଣ୍ଡେସନ ପକ୍ଷରୁ ସାରଳା ଭବନରେ ଆୟୋଜିତ ପ୍ରକାଶକ ପୀତାମ୍ବର ମିଶ୍ର ସ୍ମୃତି ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛତିଶଗଡ଼ର ରାଜ୍ୟପାଳ ବିଶ୍ଵଭୂଷଣ ହରିଚନ୍ଦନ କହିଛନ୍ତି । ସାରଳା ସାହିତ୍ୟ ସଂସଦର ପ୍ରତିଷ୍ଠାତା ଓ ସଭାପତି ପ୍ରଫେସର ଡକ୍ଟର ଇଞ୍ଜିନିୟର ପ୍ରଭାକର ସ୍ଵାଇଁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମାରୋହରେ ମୁଖ୍ୟ ବକ୍ତା ଭାବେ ପ୍ରଖ୍ୟାତ କଥାକାର ଡକ୍ଟର ରାମଚନ୍ଦ୍ର ବେହେରା, ସମ୍ମାନିତ ଅତିଥି ଭାବେ ଡକ୍ଟର ଜଷ୍ଟିସ ଦୁର୍ଗାପ୍ରସନ୍ନ ଚୌଧରୀ, ଅନ୍ୟତମ ବକ୍ତା ସାହିତ୍ୟିକ ଡକ୍ଟର ବିଜୟାନନ୍ଦ ସିଂହ ଯୋଗ ଦେଇ ପୀତାମ୍ବର ମିଶ୍ରଙ୍କ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ । ଉତ୍ସବରେ ମୁଖ୍ୟ ଅତିଥି ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ, ବିଶିଷ୍ଟ କଥାଶିଳ୍ପୀ ତରୁଣକାନ୍ତି ମିଶ୍ରଙ୍କୁ ଚଳିତବର୍ଷ ମର୍ଯ୍ୟାଦାଜନକ ‘ପୀତାମ୍ବର ମିଶ୍ର ସ୍ଵାରସ୍ଵତ ସମ୍ମାନ’ ପ୍ରଦାନ କରିଥିଲେ । ପୁରସ୍କାର ସ୍ୱରୂପ ଶ୍ରୀ ମିଶ୍ରଙ୍କୁ ନଗଦ ପଚାଶ ହଜାର ଟଙ୍କାର ଅର୍ଥରାଶି, ମାନପତ୍ର ଓ ଉପଢୌକନ ପ୍ରଦାନ କରାଯାଇଥିଲା । ଉତ୍ସବରେ ଗ୍ରାମେଶ୍ଵର ଉଚ୍ଚ ମାଧ୍ଯମିକ ବିଦ୍ୟାଳୟ, ପଞ୍ଚପଲ୍ଲୀର ଅଧ୍ୟକ୍ଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ନାଟ୍ୟକାର ସଞ୍ଜିତ କୁମାର ପଟ୍ଟନାୟକ ସ୍ଵାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ କଥାଶିଳ୍ପୀ ଶର୍ମିଷ୍ଠା ମହାପାତ୍ର ମାନପତ୍ର ପାଠ କରିଥିଲେ । ‘ବିଦ୍ୟାପୁରୀ ପ୍ରକାଶନ ସଂସ୍ଥା’ର ସତ୍ତ୍ଵାଧିକାରୀ ଜୀବନାନନ୍ଦ ମିଶ୍ର ଧନ୍ଯବାଦ ଅର୍ପଣ କରିଥିଲେ ।

Related Posts

Leave a Reply

Your email address will not be published. Required fields are marked *