ବିଶ୍ଵବିଜୟୀ ଦାଶ
![](http://odishasahitya.com/wp-content/uploads/2021/08/Biswabijay-Das-1.jpg)
ଆସନ୍ତୁ ଆମେ ପଢିବା ବହି
ବହି କି କରିବା ଆମରି ସାଥି ।
ବହି ପଢ଼ି ଆମେ ଜାଣିବା ଶିକ୍ଷଣୀୟ କଥା
ଗଢ଼ିବା ଆମର ଉଜ୍ଜ୍ୱଳ ଭବିଷ୍ୟତ,
ମହାପୁରୁଷଙ୍କ ଜୀବନୀ ପଢ଼ି
ଆମେ ଜାଣିବା ଆମ ଅତୀତର ଗାଥା ।
ଆଜିର ଡ଼ିଜିଟାଲ ଯୁଗରେ
ବହିକୁ କରିବା ନାହିଁ ପର,
ବହି ଯେ ଆମର ପ୍ରକୃତ ବନ୍ଧୁ
ଜୀବନର ଅମୂଲ୍ୟ ଧନ ଯେ ବହି,
ବହି ଆମ ପଥ ପ୍ରଦର୍ଶକ ସାଜି
ସମାଜର ମଙ୍ଗଳ କରୁଥାଏ,
ଜ୍ଞାନୀ ଗୁଣୀଙ୍କ ଅମୋଘ ଅସ୍ତ୍ରଟି
ଗନ୍ତାଘର ସାଜି ରହିଥାଏ ବହି,
ଆସ ଆମେ ପଢିବା ବହି
ବହି ପଢ଼ି ଗଢ଼ିବା ଆମେ ଆମର ଭବିଷ୍ୟତ ।
ଗମ୍ଭାରିମୁଣ୍ଡା, ବାଣପୁର, ଖୋର୍ଦ୍ଧା – ୭୫୨୦୩୫, ମୋବାଇଲ ନଂ- ୬୩୭୦୨୦୮୪୨୮
ଲେଖକ ପରିଚୟ
ମୋ ଆଦର୍ଶ ଓ ପ୍ରେରଣା ମୋ ଅଜା ଶିକ୍ଷାବିଦ୍ ସ୍ଵର୍ଗତ ବ୍ରଜବନ୍ଧୁ ଦାଶ । ମୁଁ ବି.ଇଡ଼ି (ସ୍ଵତନ୍ତ୍ର ଶିକ୍ଷା) ଅଧ୍ୟୟନ କରୁଛି । ମୁଁ ମୋର ଅଧ୍ୟୟନରୁ କିଛି ସମୟ ବାହାର କରି ଲେଖାଲେଖି କରେ । ମୋର ସାହିତ୍ୟ ପ୍ରତି ଆଗ୍ରହ ଓ ରୁଚି ରହିଛି । ଆଜିକୁ ୪୦ ରୁ ଅଧିକ ଶୀର୍ଷକ ବହୁ ମୁଦ୍ରିତ ଗଣମାଧ୍ୟମରେ ପ୍ରକାଶିତ ହୋଇସାରିଛି । ମୋର ଉଦ୍ଦେଶ୍ୟ ଆଜିର ଯୁବପିଢ଼ି ଓ ଛାତ୍ର ପିଢ଼ି ଆମ ମାଟି ର ଇତିହାସ ଓ ମହାପୁରୁଷ ଙ୍କ ଜୀବନୀ ଜାଣନ୍ତୁ ।