ଭବାନୀ ଶଙ୍କର ନାଥ

ଶାନ୍ତିର ପରୀ ମୁଁହିରେ
ଶାନ୍ତି ମୋର ଲୋଡ଼ା,
ଅଶାନ୍ତିର କାଳ ଗୃହରେ
କରାଅନା ମୋତେ ଛିଡ଼ା ।

ଏ କାଳ ଗୃହରୁ ମୁକ୍ତି କରି
ଦିଅ ବାହାରେ ମୋତେ ଛାଡ଼ି,
ମୁକ୍ତ ଆକାଶେ ଉଡ଼ିବି ମୋ
ଅବସ ଡେଣାକୁ ଝାଡ଼ି ।

ଡେଣା ବସି ପଡ଼ିଲାଣି ମୋହର
ଉଡୁନି କାହୁଁ ମୁଁ ଗଗନେ,
ମୁକ୍ତ କରିଲେ ଥରୁଟେ
ଉଡ଼ି କହନ୍ତି, ଶାନ୍ତି ରଖ ଏ ଜୀବନେ ।

ସାମନ୍ତରାପୁର, ତିର୍ତ୍ତୋଲ, ଜଗତସିଂହପୁର

ଲେଖକ ପରିଚୟ

ମାତ୍ର କେବଳ ପନ୍ଦର ବର୍ଷ ବୟସରୁ ହିଁ କବିତା ଓ କ୍ଷୁଦ୍ର ଗଳ୍ପ ଲେଖାରେ ପାରଦର୍ଶିତା ହାସଲ କରିଥିଲେ ଲେଖକ ମହାଶୟ । କ୍ଷୋଭର ବିଷୟ ଏହିକି ଯେ ସେସବୁକୁ ପ୍ରକାଶିତ କରିବାର କୌଣସି ସୁଯୋଗ ତାଙ୍କୁ ମିଳିପାରି ନାହିଁ । ତଥାପି ସେ ଅବିରତ ଲେଖି ଚାଲିଛନ୍ତି ନିଜର ଆତ୍ମ ସନ୍ତୋଷ ନିମନ୍ତେ ।

Related Posts

Leave a Reply

Your email address will not be published. Required fields are marked *