ଡ. ଶୈଳଜା ମିଶ୍ର

ଉତ୍କଳର ବରପୁତ୍ର ତୁମେ
ଗୌରବର ପ୍ରତୀକ
ଓଡ଼ିଆ ପୁଅର
ଉଦାହରଣର ଏକ
ମାଇଲି ଖୁଣ୍ଟ ।

ବିଶ୍ୱ ଦରବାରରେ
ତୁମେ ପରିଚିତ,
ହେ ଭୂମିପୁତ୍ର
ଏ ମାଟି ତୁମକୁ ଖୋଜୁଛି
ଓଡ଼ିଶାବାସୀ ଝୁରୁଛନ୍ତି,

ତୁମର କୀର୍ତ୍ତି ଆଜି
ଜୟ ଜୟ ଗାନ କରୁଛି,

ତୁମେ ଇତିହାସର ପୃଷ୍ଠା ନୁହେଁ କି
ଗେଣ୍ଡୁ ମାଳରେ ସଜିତ ହୋଇଥିବା
ପ୍ରତିମୂର୍ତ୍ତି ବି ନୁହେଁ,

ଓଡ଼ିଶା ମାଟିର
ବୀରପୁତ୍ର ତୁମେ
ଆମର ଜ୍ୟୋତି ସଦୃଶ ।

(ଦୁର୍ଦ୍ଧର୍ଷ ପାଇଲଟ୍, ଦକ୍ଷ ଶିଳ୍ପପତି ଓ ବିଚକ୍ଷଣ ରାଜନୀତିଜ୍ଞ ଭାବେ ସୁପରିଚିତ ବିଜୁ ପଟ୍ଟନାୟକ ଉଦ୍ଦେଶ୍ୟରେ)

ପଟିଆ, ଭୁବନେଶ୍ୱର

ଲେଖକ ପରିଚୟ

ଓଡ଼ିଶା ଲେଖିକା ସଂସଦର ଜଣେ ସଭ୍ୟା । ଅନେକ ପତ୍ରପତ୍ରିକାରେ ମୋର ମୋର ଲେଖା ପ୍ରକାଶିତ ହୋଇଥିଲେ ହେଁ ନିଜ ଅବହେଳା ଯୋଗୁ ଏଯାବତ ଖଣ୍ଡେ ସଂକଳନ କରିପାରି ନାହିଁ । ତେବେ ସାହିତ୍ୟକୁ ନେଇ ନିଜର ସାଧନା ଜାରି ରଖିଛି ।

Related Posts

Leave a Reply

Your email address will not be published. Required fields are marked *