ପ୍ରତିଭା ରାୟଙ୍କୁ ପଦ୍ମ ଭୂଷଣ

ଓଡ଼ିଆ କଥା ସାହିତ୍ୟର ପ୍ରତିଭାଦୀପ୍ତ ବ୍ୟକ୍ତିତ୍ଵ ପ୍ରତିଭା ରାୟଙ୍କୁ ମିଳିବ ପଦ୍ମ ଭୂଷଣ ସମ୍ମାନ । ସାହିତ୍ୟ ଓ ଶିକ୍ଷା କ୍ଷେତ୍ରର ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଏହି ସମ୍ମାନ ମିଳିବ ବୋଲି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଘୋଷଣା କରିଛି ।

ଅଶୀ ଦଶକ ପରେ ଓଡ଼ିଆ ସାହିତ୍ୟରେ ପ୍ରତିଭା ରାୟ ଜଣେ ଲୋକପ୍ରିୟ ଲେଖିକା । ତାଙ୍କର ସମଗ୍ର କୃତି ପାଇଁ ୨୦୧୧ ମସିହାରେ ମର୍ଯ୍ୟାଦା ମଣ୍ଡିତ ଜ୍ଞାନପୀଠ ପୁରସ୍କାର ମିଳିଛି । ସେ କଥା ସାହିତ୍ୟର ସବୁ ବିଭାଗରେ ଲେଖନୀ ଚାଳନା କରିଛନ୍ତି । ଉପନ୍ୟାସ, ଗଳ୍ପ, ଭ୍ରମଣ କାହାଣୀ, ଶିଶୁ ସାହିତ୍ୟ, ପ୍ରବନ୍ଧ, ଆତ୍ମଜୀବନୀ, ଇତ୍ୟାଦି ଲେଖି ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିଛନ୍ତି । ଏବେ ସୃଜନ କରିଚାଲିଛନ୍ତି ।

ତାଙ୍କର ଲେଖା ନାରୀ ଅନ୍ତର୍ଜୀବନର କଥା କହେ । ଗଭୀର ଅନୁଭୂତି ସଂଜାତ ତାଙ୍କ ଲେଖା ଯୁଗୋପଯୋଗୀ ଭାବେ ବେଶ୍ ଗ୍ରହଣୀୟ ହୋଇଛି । ତାଙ୍କୁ ପଦ୍ମ ଭୂଷଣ ପୁରସ୍କାର ଘୋଷଣା ପରେ ପାଠକ ମହଲରେ ଖୁସି ପ୍ରକାଶ ପାଇଛି ।

Related Posts

Leave a Reply

Your email address will not be published. Required fields are marked *