କାଲି ଥିଲା ଓଡ଼ିଶାର ଆଜି ଆନ୍ଧ୍ରର

ସାଇ ମହାପାତ୍ର

ବା ବା ରେ ଓଡ଼ିଶା ସରକାର
ତୋ କାନ ରେ ପଡ଼ିଲା ନାହିଁ ଓଡ଼ିଆ ଙ୍କ ଚିତ୍କାର
ଓଡ଼ିଶା ର ସୀମା ଏବେ ହେବାକୁ ଯାଉଛି ଆନ୍ଧ୍ର ର
ଆମ ମାଟି କୁ ସୁରକ୍ଷା ଦେବାରେ ହେଇଛେ ଆମେ ଆଜି
ବିଫଳ
ଆମ ଗୋଡ ଟଣା ପ୍ରକୃତି ର ମିଳିଛି ଆଜି ଆମକୁ ଫଳ
ଇତିହାସ ର ପୁନରାବୃତ୍ତି ହେଉଛି ପୁଣିଥରେ
ଦ୍ୱିତୀୟ ସଢେଇ କଳା ହେବାକୁ ଯାଉଛି କୋଟିଆ ପୁଣିଥରେ
ଆଜି ଆମ ନିଜକୁ ଓଡ଼ିଆ ବୋଲି କହିବାକୁ ମାଡ଼ୁଛି ଲାଜ
ଏଠି ଆଜି ଆମ ହାତ ତିଆରି ଭାତ ରେ ଆନ୍ଧ୍ର ଗାଳୁଛି ପେଜ
ମଧୁବାବୁ,ଗୋପବନ୍ଧୁ,ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଓ ଆଉ କେତେ ଯେ ମହାପୁରୁଷ
ଗଢିଥିଲେ ଦିନେ ସଭିଁଏ ମିଳିମିଶି ଏକ ଭାଷା ଭିତ୍ତିକ ପ୍ରଦେଶ
ଏହା କଣ ଆମ ପୂଜ୍ୟ ପୂଜା ଏହା କଣ ଆମ ଓଡ଼ିଆ ଙ୍କ ଏକତା
ଏଠି ନେତା ପାଲଟି ଯାଇଛନ୍ତିସ୍ଥାଣୁଓ ମୁକ ପାଲଟିଛି ଜନତା

Related Posts

Leave a Reply

Your email address will not be published. Required fields are marked *