#ଦହିବରା ବନାମ ଫୋନପେ

ଅନୁଜ ଦାସ

ଅଫିସ ଯିବା ପାଇଁ ତରବରିଆ ହୋଇ ଘରୁ ବାହାରିପଡିଲେ ପ୍ରଜ୍ଞା । ବିଡାନସିରୁ ଅଟୋ ଧରି ଜୁଡିସିଆଲ ଏକାଡେମୀ ପହଞ୍ଚିଗଲେ । ପର୍ସ ଦେଖିଲା ବେଳକୁ ୨୦ ଟଙ୍କିଆ ଓ ୫୦୦ ଟଙ୍କିଆ ନୋଟ ଥାଏ । ଅଟୋ ବାଲାକୁ ୨୦ ଟଙ୍କା ଦେଇ ବସ ଷ୍ଟପ ଆଡକୁ ଆଗେଇଲେ । ଅଟୋରୁ ଓହ୍ଲାଇଲା ବେଳକୁ ଦହିବରା ଦୋକାନ ଉପରେ ନଜର ପଡିଲାସାରିଥିଲା । କିନ୍ତୁ ପାଖରେ ଖୁଚୁରା ନାହିଁ । ତଥାପି ଦହିବରା ଦୋକାନୀଙ୍କୁ ପଚାରିଲେ ।
ମଉସା ଫୋନ ପେ ହବ
ନାହିଁରେ ମା ସେ ସବୁ ମୁଁ ପାରେନି । ମୁରୁଖ ଲୋକ ତ । ଏତେ କଥା ଜାଣିନି ।
ଆଉ ବିଳମ୍ବ ନକରି ପାଖରେ ଥିବା ଜଣେ ଗ୍ରାହକଙ୍କୁ ପଚାରିଦେଲେ ପ୍ରଜ୍ଞା
ଆଜ୍ଞା ଫୋନ ପେ ହବ କି
ସେ କିଛି କହିବା ପୂର୍ବରୁ
ଆପଣ ମୋ ଟଙ୍କା ଦେଇଦିଅନ୍ତୁ । ମୁଁ ଫୋନ ପେ କରିଦେଉଛି ।
ବାସ ତାପରେ ଦହିବରାର ଆନନ୍ଦ ନେଉଥାଏ ପ୍ରଜ୍ଞା ।
ମଉସା କଞ୍ଚା ଲଙ୍କା ଦେଲ । ଲୁଣ ଟିକେ ।
କିଛି ସମୟ ପରେ ଦହିବରା ଦୋକାନୀ ପଚାରିଲେ
ମା କେଉଁଠି କି ଯିବ ?
ଏଇ ଭୁବନେଶ୍ୱର
ଆରେ ବସ ତ ପଳେଇଲା ।
ମଉସା ଏହି ବସ ଗଲେ ଆଉ ବସ ଆସିବ । କିନ୍ତୁ ଦହିବରା ନଖାଇଲେ ଦିନଟା ଭାରି ଅଡୁଆ ଅଡୁଆ ଲାଗିବ ।
ବାସ୍ତବରେ କଟକିଆଙ୍କ ଜୀବନ ହେଉଛି ଦହିବରା ।

#ଆପଣଙ୍କ_କାହାଣୀବାଲା
#ଅନୁଜଦାସ

Related Posts

Leave a Reply

Your email address will not be published. Required fields are marked *