ପରିଜା ପାଠାଗାରରେ ଜାତୀୟ ଗ୍ରନ୍ଥାଗାରିକ ଦିବସ ପାଳିତ

ଭୁବନେଶ୍ୱର : ଭାରତରେ ଗ୍ରନ୍ଥାଗାର ଓ ସୂଚନା ବିଜ୍ଞାନର ଜନକ ଏସ୍. ଆର. ରଙ୍ଗନାଥନଙ୍କ ଜନ୍ମବାର୍ଷିକୀ ଅବସରରେ ଉତ୍କଳ ବିଶ୍ୱବିଦ୍ୟାଳୟ ସ୍ଥିତ ପରିଜା ପାଠାଗାରରେ ଜାତୀୟ ଗ୍ରନ୍ଥାଗାରିକ ଦିବସ ଭାବେ ପାଳିତ ହୋଇଯାଇଛି । ଏହି ଅବସରରେ ଏସ. ଆର ରଙ୍ଗନାଥନଙ୍କ ରଚିତ ବହୁ ମୂଲ୍ୟବାନ ପୁସ୍ତକ ପାଠାଗାରରେ ପ୍ରଦର୍ଶିତ କରାଯାଇଥିଲା ଏବଂ ଆଗାମୀ ଦିନରେ ରଙ୍ଗନାଥନଙ୍କ ସିଦ୍ଧାନ୍ତକୁ ପାଥେୟ କରି ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ବିଦ୍ୟାର୍ଥୀମାନଙ୍କୁ ଗୁଣାତ୍ମକ ଓ ନୂତନ ଶୈଳୀରେ ପାଠପଢାର ସୁଯୋଗ ଦିଆଯିବା ନିମନ୍ତେ ପରିଜା ପାଠାଗାରର ସମସ୍ତ କର୍ମଚାରୀ ପ୍ରତିଶୃତିବଦ୍ଧ ହେବା ପାଇଁ ମୁଖ୍ୟ ଗ୍ରନ୍ଥାଗାରିକା ଆଶାପୂର୍ଣ୍ଣା ପ୍ରିୟଦର୍ଶିନୀ ନାୟକ ଆହ୍ଵାନ ଦେଇଥିଲେ ।

ଏଠାରେ ଉଲ୍ଳେଖଯୋଗ୍ୟ ଯେ ପରିଜା ପାଠାଗାର ୨୭୨୦୦୦ରୁ ଉର୍ଦ୍ଧ ପୁସ୍ତକ, ୫୮୦୦ ବିରଳ ତାଳପତ୍ର ପୋଥି ଓ ଅନେକ ପ୍ରାଚୀନ ବିରଳ ପୁସ୍ତକ, ପତ୍ରପତ୍ରିକାରେ ସମୃଦ୍ଧ । ପ୍ରଯୁକ୍ତି ବିଦ୍ୟା ଓ ନୂତନ ଜ୍ଞାନ କୌଶଳ ଦ୍ୱାରା ସମୃଦ୍ଧ ପରିଜା ଇ-ପାଠାଗାର ସମ୍ପୂର୍ଣ୍ଣ ଭାବରେ ବିଦ୍ୟାର୍ଥୀମାନଙ୍କର ଇ-ଶିକ୍ଷା ନିମନ୍ତେ ଉପଯୋଗ ହେଉଅଛି ।

Related Posts

Leave a Reply

Your email address will not be published. Required fields are marked *