ଗାଳ୍ପିକା ହିରଣ୍ମୟୀ ମିଶ୍ରଙ୍କୁ ମନୋଜ ପଣ୍ଡା ସର୍ଜନ ପୁରସ୍କାର

ଭୁବନେଶ୍ୱର : ସମାଜ-ସାହିତ୍ୟ-ସଂସ୍କୃତି କ୍ଷେତ୍ରରେ କାର୍ଯ୍ୟରତ ଅନୁଷ୍ଠାନ ‘ରଚନା’ ପକ୍ଷରୁ ଆସନ୍ତା ୧୩ ତାରିଖ ଶୁକ୍ରବାର ସନ୍ଧ୍ୟାରେ ସ୍ଥାନୀୟ ପି.ପି. ଏକାଡ଼େମୀ ସଭାଗୃହରେ ‘କଥାକାର ମନୋଜ ପଣ୍ଡା ସର୍ଜନ ପୁରସ୍କାର ସମାରୋହ ଓ ସ୍ମାରକୀ ବକ୍ତୃତା’ ଅନୁଷ୍ଠିତ ହେବ । ଏଥିରେ ଅତିଥି ବକ୍ତା ଭାବରେ ବିଶ୍ଵଭାରତୀ, ଶାନ୍ତିନିକେତନର ଅବସରପ୍ରାପ୍ତ ପ୍ରଫେସର ଡ. କୈଳାସ ପଟ୍ଟନାୟକ ‘ଅତିକଳ୍ପନାର ଗଳ୍ପ’ ବିଷୟରେ ବକ୍ତୃତା ଦେବେ । ସମାରୋହରେ ବିଶିଷ୍ଟ ଗାଳ୍ପିକା ଡ. ହିରଣ୍ମୟୀ ମିଶ୍ରଙ୍କୁ ରାଜ୍ୟସ୍ତରୀୟ ‘ମନୋଜ ପଣ୍ଡା ସର୍ଜନ ପୁରସ୍କାର-୨୦୨୩’ ଦିଆଯିବ । ଡ. ମିଶ୍ରଙ୍କ ଏଯାଏଁ ପ୍ରକାଶିତ ୧୦ ଟି ଗଳ୍ପ ସଂକଳନ ଓ ୩ ଟି ଉପନ୍ୟାସ ବିପୁଳ ପାଠକୀୟ ଆଦୃତି ଲାଭ କରିଛି ।

Related Posts

Leave a Reply

Your email address will not be published. Required fields are marked *