ମନୋଜ ଦାସଙ୍କ ଦ୍ଵିତୀୟ ଶ୍ରାଦ୍ଧ ବାର୍ଷିକୀ ସ୍ମୃତି ସଭା ଉତଯାପିତ

ଭୁୁବନେଶ୍ୱର : ପ୍ରଖ୍ୟାତ ଗାଳ୍ପିକ ବାଗ୍ମୀ ତଥା ଆଧ୍ୟାତ୍ମବାଦୀ ସାଧକ ମନୋଜ ଦାସଙ୍କ ଦ୍ଵିତୀୟ ଶ୍ରାଦ୍ଧ ବାର୍ଷିକୀ ଗତକାଲି ପାଳିତ ହୋଇଯାଇଛି । ଏହି ଅବସରରେ ମନୋଜ ଦାସ ସ୍ମୃତି ସଂସଦ ପକ୍ଷରୁ ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ଏକ ସ୍ମୃତି ସଭା ଆୟୋଜିତ ହୋଇଥିଲା । ସଂସଦର ସଭାପତି କଥାକାର ଅଧ୍ୟାପକ ବିଶ୍ୱରଞ୍ଜନଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସ୍ମୃତିସଭାକୁ ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକ ପ୍ରଦୀପ ପ୍ରଜ୍ଜ୍ଵଳନ କରି ଉଦଘାଟନ କରିଥିଲେ । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ଶାସନ ସଚିବ ସତ୍ୟବ୍ରତ ସାହୁ ମୁଖ୍ୟ ଅତିଥି ଏବଂ ରାଷ୍ଟ୍ରପତିଙ୍କ ଅତିରିକ୍ତ ପ୍ରେସ ସଚିବ ବିଜୟ ନାୟକ ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିଲେ ।

ଆଧ୍ୟାତ୍ମ ପଥର ଯାତ୍ରୀ ମନୋଜ ଦାସ ଯେ କେବଳ ଜଣେ ବିଶିଷ୍ଟ ଲେଖକ ଥିଲେ ତା ନୁହେଁ ବରଂ ଭାରତୀୟ ଚେତନା ମଧ୍ୟରେ ସୁକ୍ଷ୍ମ ସତ୍ତାର ଅନ୍ୱେଷଣରେ ସେ ଥିଲେ ବ୍ରତୀ । ତାଙ୍କ ସେହି ଅନ୍ୱେଷାର ମାଧ୍ୟମ ଥିଲା କଥା ଓ କାହାଣୀ । ୧୯୩୪ ମସିହା ଫେବୃଆରୀ ୨୭ ତାରିଖ ଦିନ ବାଲେଶ୍ବର ଜିଲ୍ଲା ଅନ୍ତର୍ଗତ ଶଙ୍ଖାରି ଗାଁରେ ସେ ଜନ୍ମଗ୍ରହଣ କରିଥିଲେ, ଯେଉଁଠି ବର୍ତ୍ତମାନ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ଭବ୍ୟ ସ୍ମାରକୀ ନିର୍ମାଣ କରାଯାଉଛି । ଆଗାମୀ ସମୟରେ ଏହା ଆଧୁନିକ ଭାରତର ସାରସ୍ଵତ ତୀର୍ଥକ୍ଷେତ୍ର ହେବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ ।

ଏହି ସଭାରେ ସଙ୍ଗଠନର ସମ୍ପାଦକ ସରୋଜ ବଳ ସ୍ଵାଗତ ଭାଷଣ ଦେବା ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ ଏବଂ ସାଧାରଣ ସମ୍ପାଦକ ଗୌତମବୁଦ୍ଧ ଦାସ ସମ୍ପାଦକୀୟ ବିବରଣୀ ପ୍ରଦାନ କରିଥିଲେ । ପରିଶେଷରେ ସହ ସମ୍ପାଦକ ଅମିତାଭ ଖିଲାର ଧନ୍ୟବାଦ ଅର୍ପଣ କରିଥିଲେ ।

Related Posts

Leave a Reply

Your email address will not be published. Required fields are marked *