ଚିତ୍ତରଞ୍ଜନ ନାୟକ

ଏ ଯେଉଁ
ମୋହ ମାୟାର ବନ୍ଧନରେ
ବାନ୍ଧି ହୋଇଛି ମୁଁ
ତୁମ ସହିତ..

ଜ୍ଞାନ ଆଉ ଯୋଗ ହିଁ
ମୁକ୍ତ କରିପାରେ
ଏହି ନାଗଫାଶର
ବନ୍ଧନରୁ..

କାୟା ସ୍ଥିର..
ମନ ଅସ୍ଥିର
ମିଛର ମାୟା ଜାଲରେ
ହୁଏ ମୁଁ ବ୍ୟାକୁଳ

ପାଣିରେ ଫିଙ୍ଗିଲେ
ପଥର
ଲହଡ଼ିର ତରଙ୍ଗ
ଛୁଇଁ ଯାଏ..
ମୋ କୂଳରୁ
ତୁମ କୂଳ ପର୍ଯ୍ୟନ୍ତ
ଯେମିତି
ମୋ ହୃଦୟର ସ୍ପନ୍ଦନର
ପ୍ରତିଧ୍ୱନିରେ ତୁମେ ହୁଅ
ଜାଗ୍ରତ

ପ୍ରେମ ପତ୍ରର
ଫର୍ଦ୍ଦ ଫର୍ଦ୍ଦ
ମୋ ହୃଦୟରେ ସମାହିତ
ନିତି ଖୋଲେ.
ନିତି ପଢ଼େ..
ବୋଧହୁଏ ଏମିତି
ପଢୁଥିବି
ଜୀବନର ଅନ୍ତ ପର୍ଯ୍ୟନ୍ତ..

ଲେଖକ ପରିଚୟ

୧୯୮୬ ମସିହାରେ ଯୁକ୍ତ ଦୁଇ ପଢିଲାବେଳେ କବିତା ଓ ଗଳ୍ପ ଲେଖିବା ଆରମ୍ଭ କରିଥିଲି ମୁଁ । ବର୍ତ୍ତମାନ ସୁଦ୍ଧା ପ୍ରାୟ ଦୁଇ ଶହ କବିତା ଲେଖା ସରିଛି ଏବଂ କୋଡ଼ିଏରୁ ଉର୍ଦ୍ଧ୍ଵ ଗଳ୍ପ । ମୋ ଲେଖନୀର ପ୍ରେରଣା ମୁଁ ମୋ ନିଜକୁ ହିଁ ଦେବି । ମଧୁବାବୁଙ୍କ – “ମାତୃଭୂମି ମାତୃଭାଷାର ମମତା ଯା’ ହୃଦେ ଜନମି ନାହିଁ, ତାକୁ ଯଦି ଜ୍ଞାନୀଗୁଣୀରେ ଗଣିବା ଅଜ୍ଞାନୀ ରହିବେ କାହିଁ ।“ ଏହି ପଦଟି ମୋତେ ମୋ ଭାଷା ସାହିତ୍ୟ ଆଡ଼କୁ ଆକର୍ଷିତ କରିଥିଲା । ଦୈନିକ ଖବର କାଗଜ ତଥା ଖୋଲା ମଞ୍ଚର ସାହିତ୍ୟ ପୃଷ୍ଠାରେ କବିତା “ଜହ୍ନ”, “ମୁଁ ଆଉ ତମେ”, “ସ୍ୱପ୍ନ” ପ୍ରକାଶିତ ହୋଇ ପାଠକୀୟ ଆଦୃତି ଲାଭ କରିଛି । ଗଳ୍ପ “ଚୋର ପ୍ରତି ସାବଧାନ”, “ପୂଜା ଚାନ୍ଦା” ଆହ୍ୱାନ ଇ-ପତ୍ରିକାରେ ପ୍ରକାଶିତ ହୋଇଛି । ଏହାବ୍ୟତୀତ ମୋର ଏକ କବିତା ସଂକଳନ ଖୁବ ଶୀଘ୍ର ପ୍ରକାଶିତ ହେବାକୁ ଯାଉଛି ।

ଗ୍ରାମ / ପୋଷ୍ଟ – ନଖେଇ, ଜିଲ୍ଲା – ଯାଜପୁର, ମୋବାଇଲ – ୯୩୨୦୪୧୪୦୦୬

Related Posts

Leave a Reply

Your email address will not be published. Required fields are marked *