ଦେବଯାନୀ ରାୟ

ଜୀବନରେ ଛଳନା ଓ ଦ୍ୱନ୍ଦର
ପାହାଡ଼ ଡ଼େଇଁ
ନଇଁ ପଡ଼ିଥିବା ପିଠିରେ
ପର୍ଯ୍ୟାପ୍ତ ବୋଝକୁ ବୋହି
ଝାପ୍ସା ଦିଶୁଥିବା ଭୂଗୋଳର
ସୀମା ରେଖା ଡ଼େଇଁ
କେହି କେବେ ଗଢି ପାରନ୍ତିନି
ସ୍ୱପ୍ନର ଶଙ୍ଖ ମଲ୍ ମଲ୍ ପଥରରେ
କୋଟି କମ କରା ଇପ୍‌ସିତ ଉଆସ…..
ଏତେ ଭାଙ୍ଗିବା ଗଢିବା ଭିତରେ

ଥେଇ ଥେଇ ନାଚେ କେହି
ପୁଣି ନଚାଏ କେତେ ବାଗରେ
ଦବି ଆସୁଥିବା ସ୍ୱର ଯନ୍ତ୍ରୀକୁ
ଝାଡ଼ିଝୁଡ଼ି ଠିଆ କରାଇ
ମନ ଖୁସିରେ ସୁଷୁରୀ ବଜାଇ
ସ୍ତିମିତ ସ୍ୱରରୁ ଖୋଜୁଥାଏ
ଅସହାୟତାରେ ବଳି ପଡ଼ିଥିବା
ପଞ୍ଜରା ଭିତରର ଦଳିତ ଇଚ୍ଛା ଗୁଡ଼ିକ
ଜୀର୍ଣ୍ଣ ପାଚେରୀକୁ ଡ଼େଇଁ….

ସମୟର ତାଳ ମେଳେ
ସ୍ୱପ୍ନସବୁ ଉଡ଼ିବୁଲେ କେତେବେଳେ
ଅପପୃଷ୍ଟିର ଅଦୌତିରେ
ସକାଳରୁ ସଞ୍ଜ, ସଞ୍ଜରୁ ସକାଳ
ଲୋଚାକୋଚା ଓଦା କାଗଜ ପରି
ମନରେ ଲାଗିଥାଏ ଆଉବେଳେ….

ମାର୍ଫତ୍‌-ସ୍ୱରୂପ ରଂଜନ ରାୟ, ରାମଚନ୍ଦ୍ରପୁର ବଜାର,
ଜଟଣୀ, ଖୋର୍ଦ୍ଧା, ମୋ-୯୪୩୭୪୧୩୩୧୪

Related Posts

Leave a Reply

Your email address will not be published. Required fields are marked *