ଦିବାକର ନାୟକ

ଜ୍ଞାନର ସୂରୁଜ ଆଜି ହୋଇଛି ଉଦୟ
କାମ କ୍ରୋଧ ମୋହ ମାୟା ନେଇଛି ବିଦାୟ
ଅନ୍ତର ଖୋଜୁଛି
ଅଧର ଭଜୁଛି
ଓଁ ନମଃ ଶିବାୟ… ଓଁ ନମଃ ଶିବାୟ ।।

ଶ୍ମଶାନନିବାସୀ ହର ଅନଳନୟନ
ଆଶୁତୋଷ ମହାଦେବ ବୃଷଭବାହନ
ବିଭୂତିଭୂଷଣ
ଭୂଜଙ୍ଗଧାରଣ
ଶିବ ତବ ପାଦେ ରହୁ ଏ ଚିତ୍ତ ମଦୀୟ…
ଓଁ ନମଃ ଶିବାୟ… ଓଁ ନମଃ ଶିବାୟ ।।

ଜଗତହିତେ ସାଜିଲ ତୁମେ ନୀଳକଣ୍ଠ
ଯେଉଁଆଡ଼େ ଚାହେଁ ମୁହିଁ ଦିଶେ ତବ ରୂପ
ସଂହାରକରତା
ଭାଗ୍ୟବିଧାତା
ତବ ନାମ-ସୁଧା ପାନେ ନାଚେ ମୋ ହୃଦୟ…
ଓଁ ନମଃ ଶିବାୟ… ଓଁ ନମଃ ଶିବାୟ ।।

ପାଟପୁର, କନିସି-୭୬୧ ୦୦୮ ଗୋଳନ୍ଥ୍ରା, ଗଞ୍ଜାମ ମୋ-୯୯୩୮୬ ୧୯୯୮୧ ।
୧୯୮୯ ମସିହାରୁ ଆକାଶବାଣୀ ଓ ଦୂରଦର୍ଶନ ଗୀତିକାର । ଅନେକ ଆଧୁନିକ ଓ ଭଜନ ଆକାଶବାଣୀର ସ୍ଵୀକୃତିପ୍ରାପ୍ତ କଣ୍ଠଶିଳ୍ପୀ ମହମ୍ମଦ ସିକନ୍ଦର ଆଲାମ, ଭୁବନେଶ୍ୱରୀ ମିଶ୍ର, ସଙ୍ଗୀତା ଗୋସାଇଁ, ସୁଚିତ୍ରା ମହାପାତ୍ର, ସୁବାସ ଦାଶ, ସୁଜାତା ମହାପାତ୍ର, ବିଭୂଣ ପଟ୍ଟନାୟକ, ଶୈଳଭାମା ମହାପାତ୍ର, ଉପେନ୍ଦ୍ର ମିଶ୍ରଙ୍କ ସମେତ ଆହୁରି ଅନେକଙ୍କ କଣ୍ଠରେ ଓଡ଼ିଶାର ସମସ୍ତ ଆକାଶବାଣୀରେ ପ୍ରଚାରିତ । ଶିଶୁ-କିଶୋର ଗଳ୍ପ କବିତା ଓଡ଼ିଶାର ଅଧିକାଂଶ ଶିଶୁ ପତ୍ରିକା ଓ ଦୈନିକ ସମ୍ବାଦପତ୍ରରେ ପ୍ରକାଶିତ । ପ୍ରକାଶିତ ପୁସ୍ତକ-ଅର୍ଚ୍ଚନା, ରବୀନ୍ଦ୍ର ଠାକୁର, ଗପଦାନି, ମହକ ।

Related Posts

Leave a Reply

Your email address will not be published. Required fields are marked *