ମୁଁ ସୁଭାଷ କହୁଛି

ଶୁଭଶ୍ରୀ ପ୍ରଧାନ

ଏଠି ଗଣତନ୍ତ୍ର ହୁଏ ରାଜନୀତି ହାତେ ବଳାତ୍କାର,
ହଁ ମୁଁ ସୁଭାଷ କହୁଛି
ଏବେବି ଚେଇଁରହିଛି,
ମୋ ଅଖଣ୍ଡ ଭାରତ ମାଆକୁ
ଦିଲ୍ଲୀରୁ ପଲ୍ଲୀ ଖଣ୍ଡ ଖଣ୍ଡ ହେବାର ଦେଖୁଛି l
ସବୁ ଷଡଯନ୍ତ୍ରର ସୂତ୍ରଧାରକ ଶକୁନି ମାମୁଁଙ୍କୁ,
ଖୁବ ନିକଟରୁ ଚିହିଁଛି
ହଁ ମୁଁ ସୁଭାଷ କହୁଛି,
ଖାଲି ଯାହା ନିରବି ଯାଇଛି l
ପୂର୍ଣ୍ଣ ସ୍ୱାଧୀନତାର ସ୍ୱାଦ ଚାଖିବାର ଅପେକ୍ଷାରେ ବସିଛି,
ଏବେବି ଚେଇଁ ରହିଛି

ହେଲେ ଏଣିକି ସାତ ସପନ
ସ୍ୱାଧୀନତାର ଲୁଚକାଳି ଖେଳ,
ହୃଦୟକୁ ଛୁଇଁବାକୁ ସ୍ମୃତି ସବୁ ଆଜି ବିକଳାଙ୍ଗ l
ହଁ ମୁଁ ସୁଭାଷ କହୁଛି,
ସବୁ ଦେଖି ମୁକ ପାଲଟିଯାଇଛି l

ଶୁଭଶ୍ରୀ ବର୍ତ୍ତମାନ ଭାରତୀୟ ଜନସଂଚାର ସଂସ୍ଥାନରେ ସାମ୍ବାଦିକତା ଅଧ୍ୟୟନରତ l ସେ ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ମନସ୍ଥତ୍ତ୍ୱ ବିଭାଗରୁ ସ୍ନାତକ ଏବଂ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନ ଓ ଅନ୍ତର୍ଜାତୀୟ ସମ୍ବନ୍ଧରେ ସ୍ନାତକୋତ୍ତର କରିଛନ୍ତି l ସେ ଜଣେ ରାଜ୍ୟସ୍ତରୀୟ ବକ୍ତା ଭାବେ ପରିଚିତ l ପ୍ରବନ୍ଧ, କବିତା ରଚନାରେ ତାଙ୍କର ରୁଚି । ଅନେକ ପତ୍ରପତ୍ରିକାରେ ତାଙ୍କ ଲେଖା ପ୍ରକାଶିତ ହୋଇଛି l

Related Posts

Leave a Reply

Your email address will not be published. Required fields are marked *