ଲଢ଼େଇ ନିଜ ଅଧିକାରର !

କୃଷ୍ଣାକେଶୀ ବଳିୟାରସିଂହ

ସମାନତାର ଦ୍ୱାହି ଦେଇ
କରତାଳି ସାଉଁଟିଲ
ଶ୍ରୋତାମଣ୍ଡଳୀରେ
ପ୍ରିୟ ବକ୍ତା ବୋଲାଇଲ

ତୁମ ପରେ ହେଲି
ମୁଁ ମଞ୍ଚାସିନ
କରିବାକୁ କିଛି ଅଡ଼ୁଆ
ପ୍ରଶ୍ନର ସମାଧାନ

ରାତିରେ ମୋ ଚଲାପଥ
ହୋଇଯାଏ କଣ୍ଟକିତ
ଦେଉଥାଏ କେଉଁ ଅଜଣା
ବିପଦର ସଙ୍କେତ….
ତୁମ ପୁରୁଷ ଜାତି ପାଇଁ
ଆଜି ଏ ମନ ଏତେ ଭୟଭୀତ

ତୁମ କାମବାସନାର ହୋଇ ଶିକାର,
ଲାଞ୍ଚିତ ହୁଏ ଚରିତ୍ର ମୋର,
ସମତା ଆଳରେ କରିପାରିବ କି
ଏ ଘୁଣ୍ୟ ମାନସିକତାକୁ ଦୂର ?

ପାତ୍ରୀ ନୁହେଁ ମୁଁ ତୁମ,
ଦୟା ଓ ସହାନୁଭୂତିର
ମୋର ଏ ସ୍ୱର
ମୋ ନିଜ ଅଧିକାରର…..

କୃଷ୍ଣାକେଶୀ ଭାରତୀୟ ଜନ ସଂଚାର ସଂସ୍ଥାନ, ଢେଙ୍କାନାଳରେ ଏବେ ସାମ୍ବାଦିକତା ଅଧ୍ୟୟନ କରୁଛନ୍ତି । ନିଜ ଖାଲି ସମୟରେ ତାଙ୍କୁ କବିତା ରଚନା କରିବାକୁ ଭଲ ଲାଗେ । ବିଶେଷ ଭାବେ ସମାଜର ଶ୍ରେଣୀଭେଦ ଓ ନାରୀ ନିର୍ଯ୍ୟାତନା ବିରୋଧୀ ସ୍ୱର ତାଙ୍କ କବିତାରେ ଦେଖିବାକୁ ମିଳିଥାଏ । 

Related Posts

Leave a Reply

Your email address will not be published. Required fields are marked *