ଭବାନୀ ଶଙ୍କର ଦାସ

ଏଠି ଥିଲା ଘନ କୁହୁଡି,
ମୁଁ ଥିଲି ଅନ୍ଧାରରେ ଘେରି ।
ଯେବେ ତୋ ପ୍ରଭାବ ମୋ ଉପରେ ପଡ଼ିଲା,
ସେବେଠୁ ଅନ୍ଧାର ଲେଉଟି
ଆଲୋକ ଆଡକୁ ଦୌଡିଲି ।


ତୋ କାକର ବିନ୍ଦୁରେ
ମୁଁ ବି ଭିଜିବାକୁ ଲାଗିଲି ।
ତୋ ବୁନ୍ଦା ବୁନ୍ଦା ଟୋପାକୁ
ମୋ ଭାଗ୍ୟ ଉପରେ ଛିଞ୍ଚିଲି ।
ଯେବେ ତୁ ମୋ ଜୀବନରେ ପ୍ରବେଶ କଲୁ,
ନିଜକୁ ଭଲପାଇବା ମୁଁ ଶିଖିଲି ।


ବେହାଲ ଥିଲା ହାଲ ମୋର,
ଅବସ୍ଥା ସୁଧୁରିବାରେ ଲାଗିଲା ।
ତୋର ସବୁ କ୍ଷଣ ସୁବାସିତ
ସୁଗନ୍ଧ ମୋଠି ପ୍ରବାହିତ ହେବାରେ ଲାଗିଲା ।
ତୋତେ ନଜର କଲି
ରଖିବାକୁ ଲାଗିଲି ନିଜର ଖିଆଲ ।


ଯେତେବେଳେ ତୁ ପଚାରିଲୁ, କେମିତି ଅଛୁ?
ସେତେବେଳେ ଜାଣିଲି ନିଜର ହାଲ ।
ମୋ ଅଭ୍ୟାସକୁ ଦେଲୁ ତୁ ନୂଆ ଏକ ଦରବାର,
ତୋ ପାଇଁ କରିବାକୁ ଲାଗିଛି
ନିଜକୁ ପ୍ୟାର୍, ନିଜକୁ ପ୍ୟାର୍ ।


ଭାବନୀ ଶଙ୍କର ଯୁବ ସାମ୍ବାଦିକ । ଦୀର୍ଘ ବର୍ଷ ଉଭୟ ମୁଦ୍ରିତ ଓ ବୈଦ୍ୟୁତିକ ଗଣମାଧ୍ୟମରେ ସାମ୍ବାଦିକତା କରିଆସୁଛନ୍ତି । ସେ ଭାରତୀୟ ଜନ ସଂଚାର ସଂସ୍ଥାନରେ ସାମ୍ବାଦିକତା ଶିକ୍ଷା ଲାଭ କରିଛନ୍ତି । ସାମ୍ବାଦିକତା ବାହାରେ ସେ ଅନିୟମିତ ଭାବେ କବିତା ରଚନା କରନ୍ତି । ତାଙ୍କ କବିତାରେ ନିରୋଳା ପ୍ରେମର ଝଲକ ଦେଖିବାକୁ ମିଳେ । ଏ କବିତାଟି ଆଇଆଇଏମସିକୁ ନେଇ ରଚନା କରିଛନ୍ତି । 

Related Posts

Leave a Reply

Your email address will not be published. Required fields are marked *