ସବୁ ଝିଅ ସମାନ ନୁହନ୍ତି

ସର୍ବେଶ୍ୱର ମହାପାତ୍ର

ସମୟ ସକାଳ ୯ ଟା ୪୦। ବସ୍‌ର ନା ଗଙ୍ଗୋତ୍ରୀ…ସିଂହପୁର ଭାୟା ଯାଜପୁର ଟାଉନ୍‌ରୁ ଭୁବନେଶ୍ୱର ଆସେ। ମୁଁ ଅନେକ ଥର ଏହି ବସ୍‌ରେ ଯିବା ଆସିବା ବି କରିଛି। ମେନ୍‌ କଥା ଏସି ବସ୍‌ରେ ଯିବା ଆସିବା ମତେ ଟିକିଏ ଭଲ ଲାଗେନି। ହେଲେ ଡାଡି ଦୋକାନ ଆସିବାର ଥିଲା ତେଣୁ ମୋ ଦେହ ବି ଭଲ ନଥିଲା। ତେଣୁ ତାଙ୍କ ସାଙ୍ଗରେ ଲିପ୍ଟ ନେଇ ଆସିଲି(ମୁଁ ଚାଲିଚାଲି ଯିବା ଆସିବାକୁ ଅଧିକ ପସନ୍ଦ କରେ)। ବସଷ୍ଟାଣ୍ଡରେ ପହଞ୍ଚିଲା ବେଳକୁ ସମୟ ପ୍ରାୟ ୯.୨୫। ସାମ୍ନାରେ ଲାଗିଥାଏ ନୈନା ବସ୍‌। ହେଲେ ମୁଁ ଗଙ୍ଗୋତ୍ରୀରେ ଯିବି ବୋଲି ସ୍ଥିର କରିଥିବାରୁ ସେଥିରେ ହିଁ ଗଲି। ହର୍ଣ୍ଣ ମାରି ବସ୍‌ ଛାଡ଼ିଲା। ଥାନା ପାଖରେ ଗୋଟିଏ ଝିଅ ଉଠିଲା। ଏତେ ଜାମ୍‌ ଥିଲା କୁଆଖିଆ ମେଲଣ ପାଇଁ ବସ୍‌ ଆପଣ ନଦେଖିଲେ ବିଶ୍ୱାସ ହେବନି। ସେ ଝିଅଟିକୁ ଛତିଆ ଯିବାର ଥିଲା। ଏତେ ଠେଲାପେଲାରେ ତା’ ପକ୍ଷରେ ଛିଡ଼ା ହେବା ବି ସମ୍ଭବ ନଥିଲା। ମୁଁ ବାଧ୍ୟ ହୋଇ ତାକୁ ସିଟ୍‌ ଦେଲି। ସେ ବସିଲା…ସୁନ୍ଦରପୁର ପର୍ଯ୍ୟନ୍ତ ଆମେ ଦୁହେଁ ପରସ୍ପରକୁ ଚାହୁଁଥିଲୁ। ହେଲେ କେହି କାହାକୁ କଥା ହେବାର ସାହସ ନଥିଲା। ହେଲେ ସେ ତା ପକ୍ଷରୁ କହିଲା ଆପଣ ମୋ ପାଇଁ ବେକାର କଷ୍ଟ କଲେ। ମୁଁ ସ୍ମିତ ହାସ୍ୟ ଦେଲି ଆଉ ମନେ ମନେ ଭାବିଲି। ସବୁ ଝିଅଙ୍କର ଏଟା ଅଲିଭା ବାଣୀ। କିନ୍ତୁ ପୁଣି ମୂଳାପାଳ ପାଖରେ ସେ ଆଉଥରେ କହିଲା ତୁମେ କିଛି କହିଲନି ଯେ? ଆଉ ସେହି ସମୟରେ ମୁଁ ତା’ର ଆଖି ଦେଖିଲି… ଜାଣିନି କାହିଁକି ନିଜର ଲାଗିଲା। ପରେ ମୁଁ ବି କଥା ହେବାକୁ ଲାଗିଲି। ଏହା ପରେ ଧୀରେ ଧୀରେ ଆମେ ଗପିବାରେ ଲାଗିଲୁ। ସମୟ ୧୦.୨୦…ହେଲପର ଡାକ ଛାଡ଼ିଲା- ପାଣିକୋଇଲି କିଏ ରହିଲ? ପୁଣି ଗାଡି ଆଗକୁ ବଢୁଥିଲା ଆଉ ଆମ ବାର୍ତ୍ତାଳପ ବି। କଥା ହେଉ ହେଉ ସେ ପଚାରିଲା ଆପଣଙ୍କ ନା କଣ? କଣ କରନ୍ତି? ବଗେରା ବଗେରା। ମୁଁ ବି କଥା ହେବାରେ ବ୍ୟସ୍ତ। କାରଣ ପଛରେ ମୋର କଲେଜ୍‌ ସାଙ୍ଗ ସୁଇଟି ବି ସେ ଗାଡ଼ିରେ ଥିଲା। ତେଣୁ ତାକୁ ବି ସମୟ ଦେବାର ଥିଲା। ଏହାରି ମଧ୍ୟରେ ସେ କହିଲା ଆଜିର ପିଲାମାନଙ୍କ ଭିତରେ ଆପଣ ଏମିତି କେମିତି? ମତଲପ୍‌ ଭୋଲା ଭାଲା? ମୁଁ ସିଓର ଆପଣଙ୍କ ଗାର୍ଲଫ୍ରେଣ୍ଡ ଆପଣଙ୍କୁ ଟିକିଏ ଛାଡ଼ିକି ରହୁନଥିବ। ମୁଁ କିଛି କହୁନଥାଏ ସେ ଗପିଚାଲିଥାଏ। କହୁଥିଲା…ଆପଣ ଏତେ ଅନ୍ୟକୁ ସମ୍ମାନ ଦେଉଛନ୍ତି ସେଇଟା ଭଲ କଥା। ଏତିକିବେଳେ ମୋ ନାନି କଥା(ଟିନି) କଥା ମନେ ପଡ଼ିଗଲା। କାରଣ ସେ ମତେ ସବୁବେଳେ କୁହେ ଭାଇ ତୁ ସତରେ ଝିଅଙ୍କୁ ବହୁତ ସମ୍ମାନ ଦେଉ। ଏହାପରେ ସେ ମତେ ବାରମ୍ବାର ପଚାରୁଥାଏ କିଛି କହୁନ ଯେ? ମୁଁ ଜାଣିସାରିଥିଲି…ସେ ବ୍ୟାକୁଳତାର ଜାଣିବାକୁ ଚାହୁଁଛି ମୋ ବ୍ୟକ୍ତିଗତ ଜୀବନ ବିଷୟରେ। ହେଲେ ବି ମୁଁ ଚୁପ୍‌।
ପୁଣି ହେଲପର ଡାକ ଛାଡିଲା କୁଆଖିଆ….ସମୟ ଗଡ଼ୁଥାଏ ଗାଡ଼ି ବି। ମୁଁ ଚିନ୍ତା କଲି ଚୁପ୍‌ କାହିଁକି ରହିବି? କହିଲି ମୋର ପ୍ରେମିକା କେହି ନାହାନ୍ତି। ସେ ତତ୍‌କ୍ଷଣାତ୍‌ କହିଲା ଅସମ୍ଭବ। ସବୁ ପିଲା ଏମିତି କୁହନ୍ତି ଆଉ ସମସ୍ତଙ୍କର ୫ ରୁ ୧୦ ଥାଆନ୍ତି। ମୁଁ ଏତିକି ଜାଣିଛି ଆପଣଙ୍କର ମେଂଚେ ନୁହେଁ ବରଂ ଜଣିଏ ନିଶ୍ଚୟ ଥିବ। ଆଉ ତାକୁ ଆପଣ ବହୁତ ଭଲପାଉଥିବେ। ମୁଁ ସେଇଠୁ କହିବା ଆରମ୍ଭ କଲି। ସେ ପ୍ରେମ ଉପରେ ମୋର ବିଶ୍ୱାସ ନାହିଁ। ପୂର୍ବ ଅଫିସ୍‌ରେ ସବୁ ସରିଯାଇଛି। ଏବେ ଏବେ ଅଫର ଆସିଥିଲା କିନ୍ତୁ ବହୁତ ଚିନ୍ତା କରିବା ପରେ ଜଣଙ୍କ ସହ କ୍ଲୋଜ୍‌ ହେବା ପରେ ତାଙ୍କୁ କୌଣସି ମୁହୂର୍ତ୍ତରେ ଛାଡ଼ି ନପାରିବି ବୋଲି ଚିନ୍ତା କରି ମନା କରିଦେଲି। ମୁଁ ପ୍ରଶ୍ନ କଲି ଠିକ୍‌ କଲି ତ? କିଛି କହିଲାନି ?
୧୦ ମିନିଟ୍‌ ପରେ କହିଲା ତୁମ ଚିନ୍ତାଧାରାକୁ ମାନିଗଲି। ଆଜିର ଯୁଗରେ ଅଫର ମିଳିଲେ କିଏ ମନା କରେ? ଥରେ ତ କହିଲ ପ୍ରେମ ଉପରେ ବିଶ୍ୱାସ ନାହିଁ ପୁଣି କାହା ପାଖରୁ ନିଜକୁ ଦୂରେଇବାକୁ ଚିନ୍ତା କରିପାରୁନ ବୋଲି କହୁଛ? ଉତ୍ତର ଦେଇ କହିଲି…ଏବେ ଯାହା କଥା କହୁଛି ସେ ପ୍ରେମ ନୁହେଁ ମୋର ନିଶ୍ୱାସ। ତେଣୁ ତାକୁ ଦୂରେଇବା କଥା ଚିନ୍ତା କରେନି। ଆଉ ଯଦି ବି ସେ ଦୂରେଇ ଦେଲା ମୁଁ ଆପଣାଇ ନେବି, ଆଉ ଭାବିବି ସବୁ ମଣିଷ ଏକ। ଏମାନଙ୍କୁ କେବେ ବିଶ୍ୱାସ କରିବନି…ହେଲେ ମତେ ଏତେ କଥା କାହିଁକି ପଚାରୁଛ? ଉତ୍ତର ଥିଲା ସମୟ ଆସିଲେ କହିବି…ଫେସବୁକ୍‌ ନାଁ କଣ? ବାସ୍‌ ଆସିଗଲା ଛତିଆ…ସେ ଗାଡ଼ିରୁ ଧନ୍ୟବାଦ ହାତ ଯୋଡ଼ି କହିଲା, ମୁଁ ବି ହାତ ଯୋଡ଼ି ବିଦାୟ ଦେଲି। କିଛି ସମୟ ସ୍ଥିର ରହିଗଲି…ଆଉ ମନରେ…କିନ୍ତୁ ମୁଁ ହୁଣ୍ଡା ତା ନା ପଚାରିପାରିଲିନି…ଅପେକ୍ଷା ମେସେଜ୍‌କୁ ।


ସର୍ବେଶ୍ୱର ଯୁବ ସାମ୍ବାଦିକ । ସାମ୍ବାଦିକତା ସହ ନିଜ ଅନୁଭବକୁ ନେଇ ଲେଖାଲେଖି କରନ୍ତି । 

Related Posts

Leave a Reply

Your email address will not be published. Required fields are marked *