ଭୁଲିଯିବ ଆଜି ପରେ…

ଆରତୀ ବେହେରା

ଯୋଗ୍ୟ ନୁହେଁ ମୁହିଁ ଯଦି ପ୍ରିୟତମ
ଭୁଲିଯିବ ଆଜି ପରେ

ଭୁଲିଯିବ ସେହି ସ୍ୱପ୍ନ ସବୁ ଯାହା
ଦେଖିଥିଲେ କେବେ ଥରେ

ମୋ କପାଳେ ନାହିଁ ତୁମକୁ ପାଇବା
କାହିଁକି କରିବି ଆଶା

କାହିଁକି ତୁମକୁ ବାଧ୍ୟ କରିବି
ହଜିବାକୁ ମୋର କୋଳେ

ଯୋଗ୍ୟ ନୁହେଁ ମୁହିଁ ଯଦି ପ୍ରିୟତମ
ଭୁଲିଯିବ ଆଜି ପରେ…


ଆରତୀ ଭାରତୀୟ ଜନ ସଂଚାର ସଂସ୍ଥାନ, ଢେଙ୍କାନାଳରେ ସାମ୍ବାଦିକତା ଶିକ୍ଷାଲାଭ କରିଛନ୍ତି । ପରେ କିଛି କାଳ ସାମ୍ବାଦିକତା କରିବା ପରେ ଏବେ ଉଚ୍ଚ ଶିକ୍ଷା ପାଇଁ ଅଧ୍ୟୟନରତ ।

Related Posts

Leave a Reply

Your email address will not be published. Required fields are marked *