ଜୀବନଟା ଏବେ ମେଘାଳୟ … ମେଘମୟ

ସୁପ୍ରଜିତ କୁମାର ସାହୁ

କାହା ପ୍ରତୀକ୍ଷାରେ ଏ ଚଳଚଞ୍ଚଳ ଆଖି
କେତେ ଭୟଙ୍କର ସତେ ଏ ବିନିଦ୍ର ରାତି
ଜହ୍ନ ଜୋଛନା କି ଥରୁଟେ ଆସନ୍ତ ଦେଖି !
ବାଟ ଆର ପାରେ ରହିଛି କି ସେହି ସୁଖୀ ?

ସେ ଆଖିର ଲୁହ ମୋ ଛାତିରୁ ଲହୁ ଢାଳେ
ଯାତନା ଆବୋରି ଭାଙ୍ଗିପଡ଼ିନି ତ କାଳେ !!
ମୁଁ ବି ଛୁଇଁଛି ତା’ର ସେ କଅଁଳ ହାତ
କେମିତି ସହୁଛି ଅତ୍ୟାଚାରୀର ଲାତ !

ସ୍ଵାଭିମାନ ମୋର ପକାଇ ଦେଇନି ତଳେ
ଯନ୍ତ୍ରଣାକୁ ସେ ଖାତିର କରିନି ତିଳେ
ଏତେ ଆପଣାର କାହୁଁ କେ ହୋଇବ ଆଉ ?
ମାଆ ବି ନିଜର ନୁହେଁ ଜନ୍ମ ଦେଉଦେଉ….

ଅପବିତ୍ର ଯଦି ଟିକେ ଏ ହୃଦୟ ଥାଏ
ତା’ଭଳି ଦେବୀ ପାଇଁ ମୁଁ ଯୋଗ୍ୟ ନୁହେଁ..
ବିନିଦ୍ର ରାତିରେ ତାକୁ ଝୁରୁଛି ହୃଦୟ
ଜୀବନଟା ଏବେ ମେଘାଳୟ ମେଘମୟ….।

ତମାମ ଜୀବନ ତା’ ପାଇଁ ଦେଲି ଲେଖି
ବଞ୍ଚିବାର ମାନେ ତା’ରିଠୁ ଯାଇଛି ଶିଖି
ଆସୁ ଏବେ ଝଞ୍ଜା, ଅନଳ, ମହାପ୍ରଳୟ…
ତୋ ସାଥେ ଏବେ ଜିଇଁବା ମରିବା ଥୟ…।

ପୋଲସରା, ଗଞ୍ଜାମ

ଲେଖକ ପରିଚୟ

ପେସାରେ ଜଣେ ଶିକ୍ଷକ କିନ୍ତୁ କଳା ପ୍ରତି ପ୍ରବଳ ଦୁର୍ବଳତା । ଜଣେ ଗୀତିକାର ରୂପେ ଏଯାବତ୍ ୫ ଗୋଟି ଗୀତ ମୁକ୍ତିଲାଭ କରିଛି, ଉପସ୍ଥାପକ ଭାବେ ଗ୍ଲୋବାଲ ଆୱାର୍ଡ଼ ପାଇଛି । ଏହାବ୍ୟତୀତ ରବିବାର ସ୍ତମ୍ଭରେ ମୋର ମତାମତ ସ୍ତମ୍ଭକାର ଭାବେ ପ୍ରକାଶ ପାଇବା ସହିତ ଏକ ଗଳ୍ପ ସଂକଳନ ଏବେ ପ୍ରକାଶ ଅପେକ୍ଷାରେ ।

Related Posts

Leave a Reply

Your email address will not be published. Required fields are marked *