ଇଲିମା କର
ସାମ୍ୟତାର ଗଛରେ ଆଜି
ବସା ବାନ୍ଧିଛି ଅସହିଷ୍ଣୁତାର ବିଷାକ୍ତ ପୋକ
ଗୋରୁ ଭଳି ଚୋବାଇ ଖାଉଛି ଶାନ୍ତିର ସବୁ ସବୁଜପତ୍ର
ଶୋଷି ନେଉଛି ଭଲପାଇବାର ରସ ।
ଈର୍ଷାନ୍ଵିତ ପକ୍ଷୀମାନେ
ତାଙ୍କ ଛୋଟିଆ ଥଣ୍ଟରେ
ଟୁକୁରୁ ଟୁକୁରୁ କରି କାଟି ବାନ୍ଧୁଛନ୍ତି ବସା
ରଖି ଦେଉଛନ୍ତି ନୀଳ ଅଣ୍ଡା ନଗ୍ନତାର ।
ରୁକ୍ଷ, ଶୁଷ୍କ, ଜୀର୍ଣ୍ଣ ହୋଇ ମୂଲ୍ୟବୋଧ ମାଟିରୁ
କ୍ରମଶଃ ଅଲଗା ହେଉଛି ବୃକ୍ଷ
ତଥାପି, ତଥାପି ସେ ପ୍ରାଣ ଧରିଛି
ଚାହିଁ ରହିଛି ଦୂର ଆକାଶ ।
କେବଳ ଗୋଟିଏ ଆଶା- ‘ବର୍ଷା ଆସିବ’
ଯଉ ବର୍ଷାରେ ମୃତ ଡାଳରେ ଉଙ୍କି ମାରିବ
ପ୍ରୀତିର କିଶଳୟ, ଫୁଟିବ ପୁଣି ସତେଜ ସୁସ୍ଥତାର ଫୁଲ
ଚତୁର୍ଦିଗେ ମହକିବ ସୌରଭ ନିଶ୍ଚିନ୍ତତାର ।
ନାଲକୋ ସ୍କୋୟାର, ଭୁବନେଶ୍ୱର, ମୋବାଇଲ – ୯୩୩୭୪୪ ୦୫୧୮
ଲେଖକ ପରିଚୟ
ମୁଁ କବି କି ଲେଖକ ନୁହେଁ, ବରଂ ଜଣେ ସାଧାରଣ ଗୃହିଣୀ । ପରିବାରର ବ୍ୟସ୍ତବହୁଳ ଜଞ୍ଜାଳରୁ ସମୟ ମିଳିଲେ ମୁଁ ଲେଖେ କବିତା, ସ୍ତମ୍ଭ, ଶିଶୁ ଗଳ୍ପ ଇତ୍ୟାଦି । ଏଯାବତ୍ ‘ଗଳ୍ପ ଗୁଚ୍ଛ’, ‘ଗଢି ଜାଣିଲେ ଘର ସୁନ୍ଦର’, ‘ସୁଖ-ଦାମ୍ପତ୍ୟ’, ‘ଗଳ୍ପ ସଂକଳନ’ ଚାରି ଖଣ୍ଡ ବହି ପ୍ରକାଶିତ ହୋଇଛି ।
ଇଲିମା କର ମହାଶୟାଙ୍କ କବିତାଟି ଭଲ ଲାଗିଲା ।