କେମିତି ବଞ୍ଚିବି କୁହ

ପ୍ରଶାନ୍ତ କୁମାର ନାଥ

ଦେଇଥିଲି ହସ ଓଠରେ ତୁମର
ମୋ ଆଖିରେ ଦେଲ ଲୁହ
ସେ ଲୁହକୁ ପ୍ରିୟା ଆପଣା କରି ମୁଁ
କେମିତି ବଞ୍ଚିବି କୁହ ।

ସାଥେ ରହିବାର ଶପଥ କରିଲ
ମଥାକୁ ମୋହର ଛୁଇଁ
ତୁମେ ଗଲାପରେ ପାଦ ତଳୁ ମୋର
ଖସିଯାଏ ସତେ ଭୂଇଁ ।

ଆଜିବି ସେମିତି ଜହ୍ନକୁ ଚାହିଁଲେ
ଦିଶେ ମୋତେ ତୁମ ମୁହଁ
ତୁମେ ଗଲାପରେ ଏକା ଏକା ପ୍ରିୟା
କେମିତି ବଞ୍ଚିବି କୁହ ।

ତୁମେ ଲେଖିଥିବା ପ୍ରେମପତ୍ର ସବୁ
ପଢ଼ିଦେଲେ ଆଜି ଥରେ
ନିଜ ଅଜଣାତେ ଆଖିରୁ ମୋହର
ଉଦାସର ଅଶ୍ରୁ ଝରେ ।

ଆଜିବି ମୋହର ହୃଦୟ ଭୁଲୁନି
ତୁମରି ପ୍ରେମର ମୋହ
ଭଙ୍ଗା ହୃଦୟକୁ ସାଥିକରି ପ୍ରିୟା
କେମିତି ବଞ୍ଚିବି କୁହ ।

ସୁନ୍ଦରପୁର, ଉତ୍ତରକୂଳ ହାଟ, ପ୍ରୀତିପୁର, ଯାଜପୁର-୭୫୫୦୧୩

ଲେଖକ ପରିଚୟ

ମୁଁ କବି ନୁହେଁ କି ଗାଳ୍ପିକ ନୁହେଁ । ଯାହା ଦେଖେ ତାହା ହିଁ ଲେଖେ । ବାସ୍ତବର ଚିତ୍ର ଆଉ କଳ୍ପନାର ଭାବ ସହିତ କିଛି ଶବ୍ଦର ଅଳଙ୍କାର ଯୋଡିବାକୁ ଚେଷ୍ଟା କରେ । ସେଥିରୁ ଯାହା ସୃଷ୍ଟି ହୁଏ କେତେବେଳେ ତାହା କବିତାର ରୂପ ନିଏ ତ କେତେବେଳେ ଗଳ୍ପ । ଏଯାବତ ପ୍ରକାଶିତ ପୁସ୍ତକଗୁଡ଼ିକ ହେଲା, “ନୂଆ ନୂଆ”, “କିଛି ଖରା କିଛି ବର୍ଷା”(ଗଳ୍ପ ଓ କବିତାର ଯୁଗଳବନ୍ଦୀ), “ଟିକି ଟିକି ତାରାଫୁଲ”(ପହଳି ସଂକଳନ), “ପ୍ରେମ ତରଙ୍ଗ”(ପକେଟ ବହି), “ପ୍ରେମ ଲହରୀ”(ଇ-ପୁସ୍ତକ) ।

Related Posts

Leave a Reply

Your email address will not be published. Required fields are marked *