ଯୁବକବି ନୀଳମାଧବ ପାତ୍ର ସମ୍ମାନିତ

ସୋରଡ଼ା : ସାହିତ୍ୟ କ୍ଷେତ୍ରରେ ବଳିଷ୍ଠ ଭୂମିକା ନିଭାଉଥିବା ବ୍ରହ୍ମପୁର ସାହିତ୍ୟ ପ୍ରତିଷ୍ଠାନ ତରଫରୁ ବ୍ରହ୍ମପୁର ସାହିତ୍ୟ ଉତ୍ସବ-୨୦୨୩ ଗୋପାଳପୁର ବେଳାଭୂମି ସ୍ଥିତ ହୋଟେଲ ହିଲ ଭିିୟୁରେ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଯାଇଛି । ଶେଷ ଦିବସର କବିତା ପାଠ ଅଧିବେଶନରେ “ନିରବତା ମଧ୍ୟ ଗୋଟେ ଉତ୍ତର ଶୀର୍ଷକ” କବିତା ଆବୃତ୍ତି କରିଥିଲେ ସୋରଡ଼ା ବ୍ଲକ ଅନ୍ତର୍ଗତ ପଦ୍ମପୁର ଗ୍ରାମର ଯୁବକବି ଏନ୍ ନୀଳମାଧବ ପାତ୍ର । ପିଲାଟିଦିନରୁ ସାହିତ୍ୟ, କଳା ସଂସ୍କୃତି, ଅଭିନୟ ପ୍ରତି ରୁଚି ଥିଲା । ସେ କୁହନ୍ତି, ସାହିତ୍ୟ ହେଉଛି ସମାଜର ଦର୍ପଣ ଏବଂ କବି ଆଉ ଲେଖକ ସମାଜ ଓ ସମାଜରେ ଘଟୁଥିବା ଘଟଣାଗୁଡ଼ିକୁ ତାଙ୍କ କଲମ ମୁନରେ ଶବ୍ଦ ଗହଳିରେ ବଖାଣି ଦିଅନ୍ତି ତମାମ ଚିତ୍ର ସବୁକୁ । ସଭାପତି କବି ସୁଶାନ୍ତ ଦାଶ ତାଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ମାନିତ କରିଥିଲେ ।

Related Posts

Leave a Reply

Your email address will not be published. Required fields are marked *