ନାୟକ ଅକ୍ଷୟ ରାଜହସ୍ତୀ

ନିଆଁ କନିଆଁ
ଜାଣେ ଦୁନିଆଁ ।

ସକଳ ଶକ୍ତି
ଆକୁଳ ଉକ୍ତି ।

ହେ କlତାୟନୀ
ରଖ ମେଦିନୀ l

ମାୟା ରଚନା
କାୟା ବର୍ଣ୍ଣନା l

ବିକାର ଗ୍ରସ୍ଥ
କିଙ୍କର ଦୈତ୍ୟ ।

ଯୌବନ ଆଭା
ଯାପନ ବିଭା ।

ଜ୍ୟୋତି ପ୍ରକାଶ
ଦ୍ୟୁତି ବିନାଶ ।

ମେରୁ ଅଞ୍ଚଳ
ମରୁ ଚଞ୍ଚଳ ।

ଲାସ୍ୟ ନର୍ତ୍ତନ
କ୍ଳେଶ ମୋଚନ ।

ମୋହିନୀ ରୂପ
ଜାଗିଲା ଗପ l

ଝିନ ବସନ
ମୀନ ନୟନ ।

ଗତି ବକର
ଡାକ ପାସର ।

ଚିତ୍ର ଚରିତ
ଚେତା ଅବ୍ୟକ୍ତ ।

ଉନ୍ମୁକ୍ତ ଯୁବା
ଦଇତ କାବା ।

ରେତ ସ୍ଖଳିତ
ଦାନବ ହତ ।

ତ୍ରିପୁର ଶାନ୍ତି
ନାରୀର କ୍ରାନ୍ତି ।

ମାତୃ ଶକତି
ଯୁଗ ଜାଗୃତି ।

ପୁଷ୍ପ ବରଷା
ଦୀପ ଝଲସା ।

ଦେବୀ ନମନ
ଛବି ଆଶ୍ୱିନ ।

ମେରାମଣ୍ଡଳୀ, ଢେଙ୍କାନାଳ

ଲେଖକ ପରିଚୟ

ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ପ୍ରିୟ ମୁଁ । ବର୍ତ୍ତମାନ ଜଣେ ସାମ୍ୱାଦିକ ଭାବେ କାର୍ଯ୍ୟରତ ।

Related Posts

Leave a Reply

Your email address will not be published. Required fields are marked *