‘ଫକୀରମୋହନ ସେନାପତି : ଦ ମେକିଂ ଅଫ ଆନ ଅଥର’ ଉନ୍ମୋଚିତ

ବନେଶ୍ଵର : ବ୍ୟାସକବି ଫକୀରମୋହନ ସେନାପତିଙ୍କ ଶ୍ରାଦ୍ଧ ଦିବସ ଅବସରରେ ରାଜ୍ୟ ସଂଗ୍ରହାଳୟ ପରିସରର ସମ୍ମିଳନୀ କକ୍ଷରେ ଦେବେନ୍ଦ୍ର କୁମାର ଦାଶ ଓ ଦୀପ୍ତି ରଞ୍ଜନ ପଟ୍ଟନାୟକଙ୍କ ରଚିତ ଇଂରାଜୀ ପୁସ୍ତକ ‘ଫକୀରମୋହନ ସେନାପତି: ଦ ମେକିଙ୍ଗ ଅଫ ଆନ ଅଥର’ ଉନ୍ମୋଚିତ ହୋଇଯାଇଛି । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଦିଲ୍ଲୀପ ରାଉତରାୟଙ୍କ ସଭାପତିତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଖଣ୍ଡପଡ଼ା ବିଧାୟକ ତଥା ସମ୍ବାଦର ସମ୍ପାଦକ ସୌମ୍ୟ ରଞ୍ଜନ ପଟ୍ଟନାୟକ ମୁଖ୍ୟ ଅତିଥି, ସାହିତ୍ୟ ସମାଲୋଚକ ହିମାଂଶୁ ମହାପାତ୍ର ସମ୍ମାନିତ ଅତିଥି, ଅଭିରାମ ବିଶ୍ଵାଳ ପୁସ୍ତକ ସମୀକ୍ଷକ ଭାବରେ ଯୋଗ ଦେଇଥିଲେ ।

ଓଡ଼ିଆ ଭାଷା ସାହିତ୍ୟର ପ୍ରଚାର ପ୍ରସାର ପାଇଁ ଅନ୍ୟ ଭାଷାର ସାହାଯ୍ୟ ନେବାକୁ ହେବ । ଓଡ଼ିଆ ଭାଷାର ପୁସ୍ତକ ଇଂରାଜୀ ବା ଅନ୍ୟ ଭାଷାରେ ଅନୂଦିତ ହେଲେଯାଇ ଓଡ଼ିଆ ଅସ୍ମିତାର ପ୍ରଚାର ପ୍ରସାର ସମ୍ଭବ ହୋଇପାରିବ ବୋଲି ମୁଖ୍ୟ ଅତିଥି ଶ୍ରୀ ପଟ୍ଟନାୟକ କହିଥିଲେ । ଉନ୍ମୋଚିତ ପୁସ୍ତକଟି ଫକୀରମୋହନଙ୍କ ଲେଖକୀୟ ଯାତ୍ରା ବିଷୟରେ ପାଠକଙ୍କୁ ଅବଗତ କରାଇବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ସଂଗ୍ରହାଳୟର ଅଧକ୍ଷ୍ୟକ ଭାଗ୍ୟଲିପି ମଲ୍ଲଙ୍କ ସଂଯୋଜନାରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମର ପରିଶେଷରେ ପ୍ରକାଶକ ଜୀବନାନନ୍ଦ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Related Posts

Leave a Reply

Your email address will not be published. Required fields are marked *