ଏଥେନ ବୁକ୍ସର ରୌପ୍ୟ ଜୟନ୍ତୀ ପାଳିତ ହୋଇଯାଇଛି

ଭୁବନେଶ୍ଵର : ଅଗ୍ରଣୀ ପ୍ରକାଶନ ସଂସ୍ଥା ଏଥେନା ବୁକ୍ସର ରୌପ୍ୟ ଜୟନ୍ତୀ ଉଦଘାଟନୀ ଉତ୍ସବ ବୁଧବାର ସ୍ଥାନୀୟ ଭାରତୀୟ ବିଦ୍ୟାଭବନର ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଡ. ବିଧୁପ୍ରଭା ରଥଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ବିଶିଷ୍ଟ ସାହିତ୍ୟିକା ବନଜ ଦେବୀ ଉଦଘାଟନ କରିଥିଲେ । ମୁଖ୍ୟ ଅତିଥି ଭାବେ ପ୍ରଫେସର ବିଜୟ କୁମାର ଶତପଥୀ, ସମ୍ମାନିତ ଅତିଥି ପ୍ରଫେସର ବିଜୟାନନ୍ଦ ସିଂହ, ମୁଖ୍ୟବକ୍ତା କୁଳମଣି ଓଝା, ସମ୍ମାନିତ ବକ୍ତା ହୃଷୀକେଶ ପଣ୍ଡା ଏବଂ ସତ୍ୟନାରାୟଣ ମହାପାତ୍ର ଅଭ୍ୟର୍ଥନା କମିଟି ସଭାପତି ଭାବରେ ଯୋଗ ଦେଇଥିଲେ । ଏହି ଅବସରରେ ରଥଙ୍କ ଛୋଟରାୟଙ୍କ କବିତା ପୁସ୍ତକ ‘ସେ ପକ୍ଷୀ ଫେରେନା’, ସୁମିତ ବେହେରାଙ୍କ କବିତା ପୁସ୍ତକ ‘ମୁଗ୍ଧ ନିରବତା’ ଓ ସୌଦାମିନୀ ମିଶ୍ରଙ୍କ କବିତା ପୁସ୍ତକ ‘ସ୍ଵପ୍ନର ପଦ୍ମବନ’ ଉନ୍ମୋଚିତ ହୋଇଥିଲା । କାର୍ଯ୍ୟକ୍ରମରେ ପ୍ରଫେସର ବିଜୟ କୁମାର ଶତପଥୀଙ୍କୁ ପ୍ରାବନ୍ଧିକ ଶ୍ୟାମସୁନ୍ଦର ରାଜଗୁରୁ ସ୍ମୃତି ସମ୍ମାନ, ପ୍ରଫେସର ବିଜୟାନନ୍ଦ ସିଂହଙ୍କୁ ପଣ୍ଡିତ ଗୋପୀନାଥ ନନ୍ଦଶର୍ମା ସ୍ମୃତି ସମ୍ମାନ, କୁଳମଣି ଓଝାଙ୍କୁ ସନ୍ଥ ଅରକ୍ଷିତ ଦାସ ସ୍ମୃତି ସମ୍ମାନ, ହୃଷୀକେଶ ପଣ୍ଡାଙ୍କୁ କବି କଳହଂସ ଗୋପାଳକୃଷ୍ଣ ପଟ୍ଟନାୟକ ସ୍ମୃତି ସମ୍ମାନ, ବିଧୁପ୍ରଭା ରଥଙ୍କୁ ସାରସ୍ଵତ ସାଧିକା ସୀତା ଦେବୀ ଖାଡେଙ୍ଗା ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲା । ଅଞ୍ଜଳି ଦାଶଙ୍କ ଉପସ୍ଥାପନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କବି ଦୁର୍ଗାଚରଣ ଷଡଙ୍ଗୀ ଏଥେନା ବୁକ୍ସର ଆଭିମୁଖ୍ୟ ସମ୍ପର୍କରେ କହିଥିଲେ । ଭାଷାବିତ ଦେବାଶିଷ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Related Posts

Leave a Reply

Your email address will not be published. Required fields are marked *