ଓମକାର ମିଶ୍ର

ଗୋଟିଏ ଜଙ୍ଗଲରେ ଗୋଟିଏ ହାତୀ ଥିଲା । ସେ ବହୁତ ଦୁଷ୍ଟମୀ କରୁଥିଲା । ଜଙ୍ଗଲର ଅନ୍ୟ ପଶୁପକ୍ଷୀମାନଙ୍କୁ ହଇରାଣ କରେ । ଅନ୍ୟମାନେ ଦିନେ ତେଣୁ ଏନେଇ ରାଜାଙ୍କ ପାଖରେ ଅଭିଯୋଗ କଲେ । ଜଙ୍ଗଲର ମହାରାଜ ମହାବଳ ବାଘ ରାଜସଭାରେ ହାତୀକୁ ଡାକି ପଚାରିଲେ – କାହିଁକି ଅନ୍ୟମାନଙ୍କୁ ହଇରାଣ କରୁଛୁ ?

ରାଜସଭାରେ ହାତୀ ନିଜର ଅପମାନ ସହ୍ୟ କରି ପାରିଲାନି । ବାଟରେ ଚାଲିକି ଆସିଲାବେଳେ ପିମ୍ପୁଡି ଘର ଉପରେ ଚଢି ଯାଇଥିଲା ଏବଂ ଅନେକ ପିମ୍ପୁଡି ମରିଗଲେ । ଏହା ଦେଖି ପିମ୍ପୁଡି ରାଣୀ ହାତୀକୁ କହିଲା – ତୁମେ ଆମର ଅନିଷ୍ଠ କାହଁକି କଲ ? ଆମ ଘର ଭାଙ୍ଗିବା ସହିତ ନିରୀହ କୀଟମାନଙ୍କୁ ମାରିଦେଲ । ସଦାବେଳେ ଆମେ ଆମ କାମରେ ବ୍ୟସ୍ତ । ଆମେ ଛୋଟ ହେଲେ ବି ତୁମ କାମରେ ଆସିପାରିବୁ । ପିମ୍ପୁଡି ରାଣୀ କଥା ଶୁଣି ହାତୀ କହିଲେ ତମେମାନେ ମୋର କି କାମରେ ଆସିବ ? ମୋ ଆଖିକୁ ତ ତମେ ଦିଶୁନ । ମୋ ପାଦର ଧୁଳି କହିଲେ ଚଳେ ।

ହାଃ … ହାଃ … ହାଃ …

ଅନେକ ଦିନ ପରେ ସେହି ଜଙ୍ଗଲକୁ କେତେଜଣ ଶିକାରୀ ହାତୀ ଦାନ୍ତ ପାଇଁ ହାତୀକୁ ଶିକାର କରିବାକୁ ଆସିଥିଲେ । ହାତୀକୁ ଗୁଳି ମାରିବା ସମୟରେ ପିମ୍ପୁଡିମାନେ ଶିକାରୀ ଗୋଡ଼କୁ କାମୁଡ଼ି ଦେଲେ ଏବଂ ଅନ୍ୟମନସ୍କ ହୋଇ ସେମାନଙ୍କ ଗୁଳି ଅନ୍ୟ ଜାଗାରେ ବାଜିଲା । ପିମ୍ପୁଡିର ସହଯୋଗ ଦେଖି ହାତୀ ଖୁସି ହେଇଗଲା ଏବଂ ତା ଜୀବନ ରକ୍ଷା ପାଇଗଲା । ହାତୀ ପିମ୍ପୁଡିକୁ ଭୁଲ ମାଗିଥିଲା ଏବଂ ବୁଝିଗଲା ଯେ ସେମାନେ ଛୋଟ ହେଲେ ବି ମହାନ ।

ସାଇ ଇଣ୍ଟରନ୍ୟାସନାଲ ସ୍କୁଲ, ଆଦର୍ଶ ବିହାର, ପଟିଆ, ଭୁବନେଶ୍ୱର

ଲେଖକ ପରିଚୟ

ଓଡ଼ିଆ ଭାଷାକୁ ନୂଆ କରି ପାଦ ଥାପିଥିବା କଅଁଳ ହାତରେ କ୍ଷୁଦ୍ର ଗପ ଓ କବିତା ଲେଖୁଥିବା ଷଷ୍ଠ ଶ୍ରେଣୀରେ ପାଠ ପଢୁଥିବା ଛାତ୍ରଙ୍କ ସ୍ଵପ୍ନ ଆହୁରି ଅଧିକରୁ ଅଧିକ ଲେଖିବାକୁ ।

Related Posts

Leave a Reply

Your email address will not be published. Required fields are marked *