ଅର୍ଜିତ : ଅବଶିଷ୍ଟ

ବଳରାମ ପୂଜାରୀ

ସମୟର ସାମିଆନା ସାରା
ନିଷ୍ଫଳ ପରମାୟୁମାନଙ୍କ
ଗହଳି : ଚହଳି ?

ଏଇଠି କୋଉଠି
ଅଜାଣତରେ ହଜେଇ
ଦେଇଛି ‘ମୋତେ’ ?
ମୋ’ ଅଣଲେଉଟା
ଅର୍ଜିତ:ଅବଶିଷ୍ଟ ।

କୁଡୁମୁଲୁଗୁମ୍ମା, ମାଲକାନଗିରି, ମୋ – ୯୬୬୮୬୮୮୪୭୪

ଲେଖକ ପରିଚୟ

ବୃତ୍ତିରେ ପ୍ରାଥମିକ ଶିକ୍ଷକ ହେଲେ ନିଶା କବିତା,ଗଳ୍ପ ଓ ସ୍ତମ୍ଭ ଲେଖିବା । ବର୍ତମାନ ସୁଦ୍ଧା ପାଞ୍ଚଟି କବିତା ସଂକଳନ ‘ଶବ୍ଦବ୍ରହ୍ମ’,’ମେଘଲଗ୍ନା’, ‘ମାଟିମଗ୍ନା’, ‘ଈଶ୍ୱରଙ୍କ ଭାଡ଼ି’ ଓ ‘ଶ୍ୱେତପତ୍ର’ ପ୍ରକାଶିତ । ଓଡ଼ିଶାର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପୁରସ୍କୃତ ଓ ସମ୍ବର୍ଦ୍ଧିତ । ମାଲକାନଗିରି ମାଟିର କଥା ବ୍ୟଥା ପରଷୁଥିବା ମାଟିମନସ୍କ କବି ଭାବରେ ବେଶ୍ ଜଣାଶୁଣା ।

Related Posts

One thought on “ଅର୍ଜିତ : ଅବଶିଷ୍ଟ

  1. ଧନ୍ୟବାଦ୍ ସହ ସମ୍ମାଦିକା ନିଳିମା ମହୋଦୟା। କବିତା ଅର୍ଜିତ ଅବଶିଷ୍ଟ କୁ ସ୍ଥାନ ଦେଇ ଥିବାରୁ ମାଲକାନଗିରି ମାଟି ରୁ ଶୁଭେଚ୍ଛା ଓ ସମ୍ମାନ। ଜୟ ଜଗନ୍ନାଥ

Leave a Reply

Your email address will not be published. Required fields are marked *