ଡାକ୍ତର ଯଦୁନାଥ ପ୍ରସାଦ ଦାସଙ୍କ ଜୀବନୀ ପୁସ୍ତକ ‘ହୃଦୟର ମଣିଷ’ ଉନ୍ମୋଚିତ

ଭୁବନେଶ୍ୱର : ବିଶିଷ୍ଟ ଡାକ୍ତର ତଥା ଲେଖକ ଯଦୁନାଥ ପ୍ରସାଦ ଦାସଙ୍କ ସ୍ମୃତିରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭା ଅବସରରେ ପ୍ରସନ୍ନ କୁମାର ବରାଳଙ୍କ ଦ୍ଵାରା ଲିଖିତ ସ୍ଵର୍ଗତଃ ଦାସଙ୍କ ଜୀବନୀ ପୁସ୍ତକ “ହୃଦୟର ମଣିଷ” ଉନ୍ମୋଚିତ ହୋଇଯାଇଛି । ଏହି ଅବସରରେ ମନ୍ତ୍ରୀ ଅଶୋକ ପଣ୍ଡା, ଆର ବାଲାକ୍ରିଷ୍ଣନ୍, ପୂର୍ବତନ ଭାରତୀୟ କୂଟନୀତିଜ୍ଞ ତଥା ଭାରତର ବୈଦେଶିକ ସଚିବ ଲଲିତ ମାନସିଂହ ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିଲେ ।

‘ମାନବ ସେବା ହିଁ ମାଧବ ସେବା’ ଉକ୍ତିକୁ ଜୀବନର ଥିଲା ମୂଳମନ୍ତ୍ର ଭାବରେ ଆପଣେଇ ନେଇଥିବା ସ୍ଵର୍ଗତ ଦାସ ଜଣେ ସୁପ୍ରସିଦ୍ଧ, ସୁପ୍ରତିଷ୍ଠିତ ହୃଦରୋଗ ବିଶେଷଜ୍ଞ ଥିଲେ ମଧ୍ୟ ତାଙ୍କୁ ଗର୍ବ ଓ ଅହଂକାର ଛୁଇଁ ପାରିନଥିଲା । କେବଳ ସେତିକି ନୁହେଁ ପେଷାରେ ଜଣେ ଡାକ୍ତର ହୋଇଥିବାବେଳେ ନିଶା ଥିଲା ଚିତ୍ରକଳା ଓ ପୁସ୍ତକ ଲେଖା । ଏକାଧାରରେ ଜଣେ ଡାକ୍ତର, ନିଖୁଣ ଚିତ୍ରକର ଓ ଲେଖକ ଥିଲେ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ସୂଚନାଥାଉ ଯେ ଏହି କାର୍ଯ୍ୟକ୍ରମରେ ସ୍ଵର୍ଗତ ଦାସଙ୍କ ଧର୍ମପତ୍ନୀ ସମାଜସେବୀ ଗାୟତ୍ରୀ ଦାସ, ସୁପୁତ୍ର ଦେବବ୍ରତ ଦାସ, ପୁତ୍ରବଧୂ ବିଦ୍ୟା ଦାସ, ନାତୁଣୀ ଈଶାନୀ ଦାସଙ୍କ ସହିତ ବହୁ ମାନ୍ୟଗଣ ବ୍ୟକ୍ତି ଉପସ୍ଥିତ ଥିଲେ ।

Related Posts

Leave a Reply

Your email address will not be published. Required fields are marked *