ଜଗନ୍ନାଥ ତୁମ୍ଭ ଦାନ

ଛବିରାମ ସେଠୀ

ଆହେ ଜଗନ୍ନାଥ ସୃଷ୍ଟିକର୍ତ୍ତା ତୁମ୍ଭେ
ଗଢିଛ ସୁନ୍ଦର ଧରା
କେଡ଼େ ମଧୁମୟ ଏ ସାରା ଜଗତ
ରାତି ହୁଏ ଦିନ ପରା ।(୧)

ତୁମ୍ଭେ ତ ତୋଳିଛ ନିହାଣ ମୁନରେ
ବିଶାଳ ପୃଥିବୀ ଘର
ମଣିଷ ଜାତିକୁ ସଂସାରେ ଗଢିଛ
ଗୋଟିଗୋଟି ପରିବାର ।(୨)

ଉଦ୍ଭିଦ ଜଗତ ସୃଷ୍ଟି କରିଅଛ
ମାଆ ମାଟି ତୁମ ଦାନ
ମଳୟ ପବନେ ବରଷାର ଧାରେ
ହସେ ବନ ଉପବନ ।(୩)

କି ସୁନ୍ଦର ପ୍ରଭୁ ତୁମ ଲୀଳା ଖେଳା
ନଦନଦୀ ଗିରି କ୍ଷେତ
ଫୁଲ ପାଖୁଡ଼ାରେ ସାଇତି ରଖିଛ
ଆକର୍ଷଣ ଅପ୍ରମିତ ।(୪।

ତୁମ୍ଭେ ମହାପ୍ରଭୁ ରାମଚନ୍ଦ୍ର ରୂପେ
ବୁଲୁଥିଲ ବନସ୍ତରେ
ଶ୍ରୀକୃଷ୍ଣ ବେଶରେ ଲୀଳା କରୁଥିଲ
ଗୋପ ବୃନ୍ଦାବନଠାରେ । (୫)

ତୁମ୍ଭେ ତ ତୋଳିଛ ସୁନ୍ଦର ଆକାଶ
ଗିରି ଗୋବର୍ଦ୍ଧନ ଭୂଇଁ
ତୁମ୍ଭେ ଯେ, ଭୁବନ ବିଶ୍ୱର କରତା
ଆହେ ଜଗନ୍ନାଥ ସାଇଁ ।(୬)

ଋତୁରାଜ ଆସେ ମଳୟ ସାଥୀରେ
ଫଗୁଣର ରଙ୍ଗ ନେଇ
କୋଇଲିର କୁହୁ ଆମ୍ବ ଡାଳେ ଝୁଲି
ମନ ଯାଏ ଛୁଇଁଛୁଇଁ ।(୭)

ଅନନ୍ତ ଆକାଶେ ରବି ଚାନ୍ଦ ତାରା
ତୁମ୍ଭରି ସୃଷ୍ଟିର ଲୀଳା
ପ୍ରାଣୀଠୁ ପାଦପ କୀଟ ପରିଯନ୍ତେ
ସରଜିଛ ଚକାଡୋଳା ।(୮)

ବିଶ୍ଵ ବ୍ରହ୍ମାଣ୍ଡର ଅଧିକାରୀ ତୁମ୍ଭେ
ତୁମ୍ଭେ ତ ସଂସାର କର୍ତ୍ତା
ମିଛ ଦୁନିଆରେ ସତ୍ୟର ଠିକଣା
ଖୋଜି ପାଉନାହିଁ ସତ୍ତା ।(୯)

ଜନ୍ମ,ମୃତ୍ୟୁ ଏଠି ଚାଲେ ନିତିଦିନ
ଜନନୀର ବୁକୁ ଛୁଇଁ
ହେ ବିଶ୍ଵବିହାରୀ ତୁମ୍ଭେ ତ ହାକିମ
ହୁକୁମ କରନ୍ତି ଚାହିଁ ।(୧୦)

ଶ୍ରୀଚରଣେ ତବ ମାଗୁଣି ଏତିକି
ଆଶ୍ରା ଦିଅ ଦୟାମୟ
ମିଛ ଦୁନିଆରେ ସତ୍ୟର ବାସନା
ସଂସାରରେ ଭରି ଦିଅ ।(୧୧)

ବାରଙ୍ଗ, କଟକ, ମୋ – ୯୮୬୧୬୦୬୧୪୮

ଲେଖକ ପରିଚୟ

ପିଲାଦିନୁ ରେଡ଼ିଓ ଶୁଣିବାକୁ ଭଲପାଏ । ସାହିତ୍ୟ ପ୍ରତି ଆଗ୍ରହ ବଢାଇଲା ୨୦୧୯ ମସିହା କରୋନା ସମୟ ଯାହାକି ମଣିଷ ଜୀବନ ପ୍ରତି ଥିଲା ଏକ ସତର୍କ ଘଣ୍ଟି । ଏହି ତାଲାବନ୍ଦ ସମୟର ମୂଲ୍ୟ ବୁଝିବାକୁ ଯାଇ ଅନୁଭୂତିର ଏକ କବିତା ଆରମ୍ଭ କରିଥିଲି, ଯାହା ପାଇଁ ଆଜି ନିଜେ ମୁଁ ଗର୍ବିତ । କବିତା ମୋର ପେସା ନୁହେଁ କେବଳ ନିଶା । କ’ଣ ଲେଖେ ମୁଁ କିଛି ଜାଣିପାରେ ନାହିଁ, ସବୁ ସେହି ଲୀଳାମୟଙ୍କ ଇଛା । ଜୟ ଜଗନ୍ନାଥ ।

Related Posts

Leave a Reply

Your email address will not be published. Required fields are marked *