ପରମେଶ୍ଵର ଓଝା

ଏ ପଇଁତିରିଶି ବର୍ଷ ଜୀବନ ଭିତରେ
ମୁଁ କେବଳ ତମ ଲାଗି କେତେଥର ମରି
କେତେଥର ଜିଇଁଛି ତା ହିସାବ ନାହିଁ
ହେଲେ ତୁମେ କହୁଛ ତୁମେ ତଥାପି ଅଶାନ୍ତିରେ !

ଏଇ ଖାଲଢିପ ଜୀବନ ଭିତରେ
ମୁଁ ନିଜକୁ କେତେ ଗଢି କେତେ ଭାଙ୍ଗିଛି ତୁମ ଲାଗି
ହେଲେ ତୁମେ କହୁଛ ତୁମେ ତଥାପି ଅତୃପ୍ତ ସବୁଥିରେ !

ଏଇ ମୋ ବେହିସାବ ଜୀବନ ଭିତରେ
ନିଜକୁ କେତେଥର ତୁମ ଲାଗି ଭାଙ୍ଗି ସଜାଡ଼ିଛି
ହେଲେ ତୁମେ କହୁଛ ତୁମେ ତଥାପି ଅଯତ୍ନରେ !

ଆମ ଶାଗ ପଖାଳର ଜୀବନ ଭିତରେ
ତମ ପାଇଁ ମାଛ ମାଂସରେ ପେଟ ଭରିନି କେବଳ
ସ୍ନେହ ପ୍ରେମରେ ତମ ମନ ଭରିବାକୁ ଚେଷ୍ଟା କରିଛି
ତଥାପି ତୁମେ କୁହ ତୁମେ ଅଛ ସଦା ଅସନ୍ତୁଷ୍ଟରେ !

ତୁମ ସିନ୍ଥିରେ ସିନ୍ଦୂର ଭରିବା ଦିନଠୁ
ଭରିଚାଲିଛି ରଙ୍ଗ ଅନୁରାଗର ତମ ପ୍ରତ୍ୟେକ ଫର୍ଦ୍ଦରେ
ଖୁସି ଆଉ ହସର ରଙ୍ଗ ତୁମ ଜୀବନରେ
ତଥାପି ତୁମେ ଭାବ ତୁମେ ଏବେବି ଅବହେଳାରେ !

ମୋ ତମାମ ଜୀବନକୁ ତୁମ ଲାଗି ହିଁ ସାରି ଚାଲିଛି
ତୁମ କଷ୍ଟରେ ବିଗଳିତ ହୋଇ ଆଖିରୁ ଲୁହ ଢାଳିଛି
ଖୁସିରେ ରଖିବା ପାଇଁ ତୁମକୁ ଯଥାସମ୍ଭବ ଚେଷ୍ଟା କରିଛି
ତଥାପି ତୁମେ କୁହ ତମ ସୁଖିଲା ଓଠରେ !

ତୁମେ ସିନା ଏତେ କରୁଛ ମୋ ପାଇଁ
ହେଲେ ମୁଁ କେବଳ ବଞ୍ଚିଛି ।

ଷାଠିଏ ବାଟି, ମହାକାଳପଡ଼ା, କେନ୍ଦ୍ରାପଡ଼ା – ୭୫୪୨୨୪, ମୋ – ୬୩୫୫୧୩୩୩୦୧, ମେଲ୍ – ojhaparameswar@gmail.com

ଲେଖକ ପରିଚୟ

ଲେଖକଟିଏ ହେବା ପାଇଁ ଯେତିକି ସାଧନା ଦରକାର ସେତିକି ସାଧନା ମୁଁ କେବେ ବି କରିଛି ବୋଲି ମୋତେ ଲାଗେନି । ବାସ୍ ଲେଖିବାକୁ ଭଲଲାଗେ ଲେଖିଦିଏ । ଗପ ଲେଖିବାକୁ ଅଧିକ ପସନ୍ଦ କରେ ଏବଂ କବିତା ଖୁବ୍ କମ୍ ଲେଖେ । କେତେ ଗୁଡେ ଗପ ଓ କବିତା ପାଠକମାନଙ୍କ ପ୍ରିୟ ହୋଇଯାଆନ୍ତି, ଆଉ କିଛି ପାଠକଙ୍କ ଅନାଦର ପରି ମନେ ହୁଅନ୍ତି । ବାସ୍ ଯେତିକି ଲେଖା ପାଠକଙ୍କୁ ଛୁଏଁ ସେଇ ଗପର ସ୍ରଷ୍ଟା ହିସାବରେ ମୁଁ ମନରେ ଟିକେ ଅହଙ୍କାର ରଖେ । ସେଇ ଅହଙ୍କାର ହିଁ ମୋତେ ଆଗକୁ ଦୁଇ ଧାଡ଼ି ଲେଖିବା ପାଇଁ ପ୍ରେରଣା ଦିଅନ୍ତି । ବାସ୍ ସେମିତି ଚାଲିଛି ଲେଖାଲେଖି । ଏକ ପୁସ୍ତକ ପ୍ରକାଶନ ଅପେକ୍ଷାରେ ।

Related Posts

Leave a Reply

Your email address will not be published. Required fields are marked *