ଏନ୍. ନିଳମାଧବ ପାତ୍ର

ମୁଁ ସେମାନଙ୍କ କଥାକୁ
ନିରବରେ ଶୁଣୁଥିଲି,
ତା’ର ଅର୍ଥ ନୁହେଁ
ମୁଁ ସେମାନଙ୍କୁ ସମର୍ଥନ କରୁଥିଲି ।

ଅସହାୟ ଏ ପରିବେଶରେ,
ଅସମାପ୍ତ ଏ ଆଲୋଚନା,
ଅଯୌକ୍ତିକ ଏ ଉପସ୍ଥାପନା…।

ସବୁ ପୃଷ୍ଠା ଖୋଲି ଦେଉଥିଲା
ସେ ତରଙ୍ଗିତ ଅନ୍ୟାୟର
ଆଉ ଅନ୍ୟାୟର ବାର୍ତ୍ତାବହ
କତିପୟ ଜନତା
ହୁଏତ ଜାଣି ପାରୁନଥିଲେ ଯେ
ତାଙ୍କର ବି ପତନ ଅନିବାର୍ଯ୍ୟ
ଖୁବ୍ ନିକଟରେ
ଏକ ଶୀତଳ ଅପରାହ୍ନ ଛାଇରେ ।

ସ୍ନାତକୋତ୍ତର ଦ୍ୱିତୀୟ ବର୍ଷର ଛାତ୍ର, ବୈଦ୍ୟୁତିକ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା, ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ, ମୋ- ୬୩୭୧୧୭୫୪୬୫

ଲେଖକ ପରିଚୟ

ପିଲାଟିଦିନୁ ବାପାଙ୍କ ପୁରାଣ ସ୍ତୁତି ପଢା ଓ ମୋର ସାହିତ୍ୟ, କଳା-ସଂସ୍କୃତି, ନାଟକ ଏବଂ ଅଭିନୟ ପ୍ରତି ରୁଚି ଆଜି ମୋତେ ଏଇଠି ପହଞ୍ଚାଇଛି । ମୋର ବିଶ୍ଵାସ ଭାଷା ସାହିତ୍ୟ ଏପରି ଏକ ମଞ୍ଚ ଯାହା କେତେବେଳେ ଆପଣଙ୍କୁ ପାଠକରୁ ଲେଖକରେ ପହଞ୍ଚାଇ ଦେବ ତାହା ଆପଣ ନିଜେ ବି ଜାଣିପାରିବେନି । ତେବେ ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷାବିଭାଗ ତରଫରୁ ରାଜ୍ୟ ପୁରସ୍କାର ପାଇ ସମୟ ସାଙ୍ଗରେ ଲେଖାଲେଖି ଜାରିଅଛି ।  

Related Posts

Leave a Reply

Your email address will not be published. Required fields are marked *