ଶାସ୍ତ୍ରୀୟ ଓଡ଼ିଆ ଉତ୍କର୍ଷ ଅଧ୍ୟୟନ କେନ୍ଦ୍ର ପକ୍ଷରୁ ପାଳିତ ହୋଇଯାଇଛି ଏକ ନିଆରା ଅଧିବେଶନ

ଭୁବନେଶ୍ଵର : ଶାସ୍ତ୍ରୀୟ ଓଡ଼ିଆ ଭାଷାର ଗ୍ରନ୍ଥଗୁଡ଼ିକ ବିଶ୍ଳେଷଣ କଲେ ଲିପି ଓ ଭାଷା ସହିତ ସମୃଦ୍ଧ ବ୍ୟାକରଣ ପରମ୍ପରା କ୍ରମ ବିକାଶର ସ୍ପଷ୍ଟ ସୂଚନା ଏବଂ ଭାଷାର ବୈଶିଷ୍ଟ୍ୟ ଓ ବିବିଧତାର ପ୍ରମାଣ ମିଳେ ବୋଲି ଭାଷାବିଜ୍ଞାନୀ ଡ. କୈଳାସ ଚନ୍ଦ୍ର ଟିକାୟତରାୟ କହିଛନ୍ତି । ମଙ୍ଗଳବାର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରଫେସର ବସନ୍ତ କୁମାର ପଣ୍ଡାଙ୍କ ପୌରହିତ୍ୟରେ ଶାସ୍ତ୍ରୀୟ ଓଡ଼ିଆ ଉତ୍କର୍ଷ ଅଧ୍ୟୟନ କେନ୍ଦ୍ର ପକ୍ଷରୁ ‘ଶାସ୍ତ୍ରୀୟ ଓଡ଼ିଆ ଗ୍ରନ୍ଥରେ ବ୍ୟାକରଣ ବିମର୍ଶ’ ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା । ଡ. ଟିକାୟତରାୟ ଅନେକ ଶାସ୍ତ୍ରୀୟ ଓଡ଼ିଆ ଗ୍ରନ୍ଥର ଦୃଷ୍ଟାନ୍ତ ଦେଇ ବ୍ୟାକରଣ କିପରି ଏହି ଗ୍ରନ୍ଥଗୁଡିକୁ ପୁଷ୍ଟ କରିଛି ତାହା ବୁଝେଇଥିଲେ । ଏ ସମ୍ପର୍କରେ ଅଧିକ ଗବେଷଣା ହେବା ଉଚିତ ବୋଲି କହିଥିଲେ । ଭାଷା ବିଜ୍ଞାନୀ ପଦ୍ମଶ୍ରୀ ଡ. ଦେବୀ ପ୍ରସନ୍ନ ପଟ୍ଟନାୟକ ଏ ନେଇ ଅଧିକ ଗବେଷଣା ହେବା ସହ ୨୦୨୦ ଶିକ୍ଷାନୀତିରେ ଏହାର ପ୍ରୟୋଗାତ୍ମକ ପଦକ୍ଷେପ ସମ୍ପର୍କରେ ମତ ରଖିଥିଲେ । କାର୍ଯ୍ୟକ୍ରମରେ ପ୍ରଫେସର ସଦାନନ୍ଦ ନାଏକ, ଡ. ରୁଦ୍ର ନାରାୟଣ ମହାପାତ୍ର, ଡ. ପ୍ରସନ୍ନ ନାୟକ, ଡ. ମୃଦୁଳା ମିଶ୍ର, ଡ. ରମେଶ ଚନ୍ଦ୍ର ପାଣି ପ୍ରମୁଖ ଉପସ୍ଥିତ ଥିଲେ ।

Related Posts

Leave a Reply

Your email address will not be published. Required fields are marked *