କଳିଙ୍ଗ ସାହିତ୍ୟ ମହୋତ୍ସବର ରଙ୍ଗ ଉତ୍ସବ

ଭୁବନେଶ୍ଵର : କଳିଙ୍ଗ ସାହିତ୍ୟ ମହୋତ୍ସବ ପକ୍ଷରୁ ରସୁଲଗଡ଼ ସ୍ଥିତ ଜନଜାତି ଆଶ୍ରମରେ ରଙ୍ଗ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଶିଷ୍ଟ ଲେଖିକା ତଥା କେ.ଏଲ୍.ଏଫ୍. ର ଉପଦେଷ୍ଟା ପାରମିତା ଶତପଥୀ, ବିଶିଷ୍ଟ ଶିଶୁ ସାହିତ୍ୟିକ ଦାଶ ବେନହୁର, ଗାଳ୍ପିକ ଅରବିନ୍ଦ ରାୟ, ଏସ୍.ଆଇ. ଶିବାନୀ ନନ୍ଦ ପ୍ରଭୁତି ଯୋଗ ଦେଇ ସମ୍ବୋଧନ କରିଥିଲେ । ଏହି ଅବସରରେ କୁନିକୁନି ପିଲାମାନଙ୍କୁ ଗଳ୍ପ ପୁସ୍ତକ ସହ ପାଠ୍ୟ ଉପକରଣ ପ୍ରଦାନ କରାଯାଇଥିଲା । କାର୍ଯକ୍ରମକୁ କେ.ଏଲ୍.ଏଫ୍. ର ଓଡ଼ିଆ ସଂଯୋଜକ ତଥା ଲେଖକ ବେଦପ୍ରକାଶ ନାୟକ ପରିଚାଳନା କରିଥିଲା ବେଳେ କେ.ଏଲ୍.ଏଫ୍. ନିର୍ଦ୍ଦେଶକ ରଶ୍ମିରଞ୍ଜନ ପରିଡ଼ାଙ୍କ ତତ୍ତ୍ଵାବଧାନରେ ସଦସ୍ୟ ସୂର୍ଯ୍ୟ ସ୍ଵାଇଁ, ମାନସୀ ପାଣିଗ୍ରାହୀ, କୁମାର ସନତ କାର୍ଯ୍ୟକ୍ରମ ପରିଚାଳନାରେ ଅଂଶଗ୍ରହଣ କରିଥିଲେ ।

Related Posts

Leave a Reply

Your email address will not be published. Required fields are marked *