ଅମିତା ମହାନ୍ତି

ଭୂଇଁରେ
ନା ଭୂମାରେ
ସୃଷ୍ଟିରେ
ନା ଦୃଷ୍ଟିରେ

ଶୂନ୍ୟ ଠିକଣାଟିଏ
ଥାଏ କେଉଁଠି ?

ଚାରିଆଡ଼େ ତ ମାୟା
ଶୂନ୍ୟ ସ୍ପନ୍ଦନ ଶୁଭେ
ରହେ ଖାଲି ଶୂନ୍ୟସ୍ଥାନ
ଚାରିପଟେ ସମୟର
ଲୁଚକାଳିର ତାଳି ଶୁଭେ

ସମ୍ପର୍କର ବିଶ୍ଵାସରେ
ଛନ୍ଦି ହୋଇପଡ଼େ ଭରସା
ଲୁହ, ଲହୁ ଫେଣ୍ଟି ହୋଇପଡ଼େ
ଇତିହାସର ପିଢ଼ିକୁ ପିଢ଼ି

ଖୋଲା ଆକାଶ ତଳେ
ମଥା ଉପରୁ କେବେ
ଘୁଞ୍ଚି ଯାଏନା ଆକାଶ
ପବନକୁ ଜୋର୍ ସେ ଜାବୁଡି ଧରି ଥା
ହାତ ମୁଠାରେ
କେବଳ ଅନୁଭବ ହୁଏ ଶୂନ୍ୟତା

ସାରା ସଂସାରର ମାୟା
ବ୍ରହ୍ମାଣ୍ଡର ଛାୟାକୁ ଆପଣାଇ
ଆଗକୁ ବାଟ ଚାଲିବାକୁ ହୁଏ
ଯାହା କେବଳ ଶୁନ୍ୟ ଠିକଣା ଜାଗାରେ
ଆତ୍ମସମର୍ପଣ ।

ସେକ୍ଟର ୭ ସିଡ଼ିଏ, କଟକ

ଲେଖକ ପରିଚୟ

କଟକ ମାଟିରେ ଜନ୍ମ ନେଇଥିବାରୁ ନିଜକୁ ଭାଗ୍ୟବାନ ମନେକରେ । ଜୀବନମୟତାରେ ବିଶ୍ୱାସ ରଖୁଥିବା କମ୍ ଶବ୍ଦରେ ଖୁବ୍ ସରଳ ଭାବରେ ଜୀବନକୁ ବୁଝି ବଞ୍ଚିପାରିଲେ ମଧୁମୟ ହୁଏ ଜୀବନର ପରିଭାଷା । ଭାବ ଓ ଶବ୍ଦର ଯୁଗଳବନ୍ଦୀରେ ଦୁଇଟି କବିତା ସଂକଳନ ‘ପ୍ରତିଧ୍ଵନି’ ଓ ‘ଶବ୍ଦର ଆବାହନ’ ପ୍ରକାଶ ପାଇଛି । ଜଞ୍ଜାଳମୟ ଜୀବନରେ ସାହିତ୍ୟକୁ ଆପଣେଇବାର ନିଶା ସମାଜକୁ ନୂତନ ବାର୍ତ୍ତା ଦେବାର ଛୋଟ ପ୍ରୟାସ ।

Related Posts

Leave a Reply

Your email address will not be published. Required fields are marked *