ଅମିତା ମହାନ୍ତି

ନିସ୍ବାର୍ଥପର ସେବାରେ
ଶାନ୍ତିର ବାର୍ତ୍ତା ଆଣିଦିଏ
ସୁନେଲି ସ୍ବପ୍ନରେ ଭରେ ମହକ
ସୁଧାମୟ କରେ ପ୍ରେମ ।

ଶୁଭ ମୂହୁର୍ତ୍ତ ଆସେ
ହଳଦୀ ରଙ୍ଗରେ ମନ ଭିଜେ
ସଙ୍ଗୀତର ତାଳେତାଳେ
ରୁଣୁଝୁଣୁ ଚୁଡ଼ିର ସ୍ଵର
ଚିକ୍ ମିକ୍ କରେ ସିନ୍ଥିରେ
ଲାଲ୍ ସିନ୍ଦୂର

ବଉଳ ପାଟରେ
ଢାଙ୍କିଦିଏ ଯୌବନ
ଝଲସୁଥିବା ବିବାହ ବେଦୀ
ତୋଳେ ସ୍ବର୍ଗପୁରୀ
ମନର ଉଙ୍କିମାରେ
ସୁନେଲି ସ୍ଵପ୍ନ

ଅତୀତର ମମତା ବନ୍ଧନ
ଆଖିରୁ ଚାଲିଯାଏ
ଖୁବ୍ ଦୂରକୁ ।

ଅମୃତ ଧାରାରେ ପୂର୍ଣ୍ଣମୀ ଜହ୍ନ
ଖୁବ୍ ଗାଢ଼ ହୋଇଉଠେ
ସୁନେଲୀ ଭବିଷ୍ୟତ
ମନରେ ଉଙ୍କିମାରେ
ସୁଖ ଶାନ୍ତି ଝରା
ଫୁଲର ପାଖୁଡ଼ା
ଚାରିଆଡ଼େ ବିଛାଡ଼ି
ହୋଇପଡ଼େ

ହସିଉଠେ ସୁନ୍ଦର ସଂସାର
ଯିଏ ବିନା ଅତରରେ ମହକେ
ସେ ଧର୍ମପତ୍ନୀ ହୋଇ ଚମକେ ।

କଟକ, ସିଡିଏ , ମୋ – ୭୬୮୧୦୪୯୭୬୭

ଲେଖକ ପରିଚୟ

କଟକ ମାଟିରେ ଜନ୍ମ ନେଇଥିବାରୁ ନିଜକୁ ଭାଗ୍ୟବାନ ମନେକରେ । ଜୀବନମୟତାରେ ବିଶ୍ୱାସ ରଖୁଥିବା କମ୍ ଶବ୍ଦରେ ଖୁବ୍ ସରଳ ଭାବରେ ଜୀବନକୁ ବୁଝି ବଞ୍ଚିପାରିଲେ ମଧୁମୟ ହୁଏ ଜୀବନର ପରିଭାଷା । ଭାବ ଓ ଶବ୍ଦର ଯୁଗଳବନ୍ଦୀରେ ଦୁଇଟି କବିତା ସଂକଳନ ‘ପ୍ରତିଧ୍ଵନି’ ଓ ‘ଶବ୍ଦର ଆବାହନ’ ପ୍ରକାଶ ପାଇଛି । ଜଞ୍ଜାଳମୟ ଜୀବନରେ ସାହିତ୍ୟକୁ ଆପଣେଇବାର ନିଶା ସମାଜକୁ ନୂତନ ବାର୍ତ୍ତା ଦେବାର ଛୋଟ ପ୍ରୟାସ ।

Related Posts

Leave a Reply

Your email address will not be published. Required fields are marked *