ଚୀନ ଅନ୍ତର୍ଜାତୀୟ କବିତା ମହୋତ୍ସବରେ ଯୁବ ଓଡ଼ିଆ ଲେଖକ

ଭୁବନେଶ୍ଵର : ଚଳିତ ଜୁଲାଇ ୧୮ ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ ଚୀନର ହାଙ୍ଗଝୋ ଓ ବେଜିଂ ସହରରେ ଅନୁଷ୍ଠିତ ହେଉଥିବା ଅନ୍ତର୍ଜାତୀୟ କବିତା ମହୋତ୍ସବରେ ଯୁବ ଓଡ଼ିଆ ଲେଖକ ଓ ଫିଲ୍ମ ନିର୍ଦ୍ଦେଶକ ନିଖିଳେଶ ମିଶ୍ର ଯୋଗ ଦେଉଛନ୍ତି । କବିତାରେ ଉଲ୍ଲେଖନୀୟ କୃତିତ୍ଵ ଅର୍ଜନ କରିଥିବା ବ୍ରିକ୍ସ (ବ୍ରାଜିଲ, ରୁଷିଆ, ଭାରତ, ଚୀନ ଓ ଦକ୍ଷିଣ ଆଫ୍ରିକା) ଦେଶର ପ୍ରତିଭାବାନ ଯୁବ କବିମାନଙ୍କୁ ନେଇ ଅନୁଷ୍ଠିତ ହେଉଥିବା ଏହି ମହୋତ୍ସବରେ ଇଂରାଜୀ ସମେତ ପାଞ୍ଚଟି ଭାରତୀୟ ଭାଷାର କବି ଦେଶର ପ୍ରତିନିଧିତ୍ଵ କରୁଛନ୍ତି ।

ସୂଚନା ଥାଉ ଯେ ଏଠାରେ କବିମାନେ ନିଜର କବିତା ପାଠ କରିବା ସହିତ କବିତାକୁ ନେଇ ବିଭିନ୍ନ ସେମିନାରରେ ଅଂଶଗ୍ରହଣ କରିବେ । ଚୀନର ବିଭିନ୍ନ ଐତିହ୍ୟ ସ୍ଥଳ ଓ ମ୍ୟୁଜିୟମ ମଧ୍ୟ ବୁଲିବାର କାର୍ଯ୍ୟକ୍ରମ ରହିଛି । ନିଖିଳେଶ ଜଣ ଲେଖକ ତଥା ଫିଲ୍ମ ନିର୍ଦ୍ଦେଶକ । ତାଙ୍କର ଏଯାବତ ୩ ଟା କବିତା ସଂକଳନ ଓ ଗୋଟିଏ ପ୍ରବନ୍ଧ ସଂକଳନ ପ୍ରକାଶ ପାଇ ସାରିଛି । ୨୦୧୬ ରେ ‘କଥା ନଭପ୍ରତିଭା ପୁରସ୍କାର’ ପାଇଥିବା ନିଖିଳେଶ ଇଂରାଜୀ ଭାଷାରେ ରେଭେନ୍ସା ବିଶ୍ଵବିଦ୍ୟାଳୟରୁ ସ୍ନାତକ ଓ ଜବହାରଲାଲ ନେହେରୁ ବିଶ୍ଵବିଦ୍ୟାଳୟରୁ ସ୍ନାତକୋତ୍ତର ଶିକ୍ଷା ପରେ ସମ୍ପ୍ରତି ସତ୍ୟଜିତ ରାୟ ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ, କୋଲକାତାରେ ଫିଲ୍ମ ନିର୍ଦ୍ଦେଶକ ଓ ଚିତ୍ରନାଟ୍ୟ ଲିଖନ ବିଭାଗ ଛାତ୍ର ।

Related Posts

Leave a Reply

Your email address will not be published. Required fields are marked *