ବିଭୁଦତ୍ତ ଦାସ
ଲୁଣ୍ଠନ କରାଇ ନିରନ୍ତର ନିଜ ଆଖି ନିଦ
ସାହାଯ୍ୟ କରେ ଯେ ଗଢ଼ିବାକୁ ଛୁଆଙ୍କ ସ୍ଵପ୍ନ ପ୍ରସାଦ ।
ତ୍ୟାଗ କରି ସବୁ ନିଜର ବ୍ୟକ୍ତିଗତ ସ୍ଵପ୍ନ
ଆଣିବାକୁ ଛୁଆଙ୍କ ଜୀବନେ ଖୁସିର ଦିନ ।
ସ୍ଵର୍ଗ ପରି ବିଶାଳ ହୃଦୟ କରି ଧାରଣ
ପିତା ରୂପେ ସେ ଧରାରେ ଈଶ୍ୱର ସମାନ ।
ହୃଦେ ଯା’ର ପ୍ରେମ ଅସରନ୍ତି ଅବର୍ଣ୍ଣନୀୟ
ଛୁଆଙ୍କ ପାଇଁଁ ସ୍ୱର୍ଗାଦପି ହୋଇଥାଏ ପିତାର ସ୍ନେହ ।
ଶ୍ରୀଫଳ ସ୍ୱରୂପ ପ୍ରେମ ଓ ଅନୁଶାସନର ଆଧାର
ପିତା ପରା ପରିବାରର ମେରୁଦଣ୍ଡ ସମାନ ।
ପିତା ହେଲେ ମାତାଙ୍କ ସୁହାଗ ସିନ୍ଦୁର
ପିତାଙ୍କୁ ନେଇ ତ ଆମରି ସୁଖ ସଂସାର ।
ପିତା ଥିଲେ ପାଖରେ ଡର ନଥାଏ କାହାର
ପିତା ଥିଲେ ବଜାରର ପ୍ରତ୍ୟେକଟି ବସ୍ତୁ ଆମର ।
ହାତ ଧରି ଯେ ବାଟ ଚାଲିବା ଶିଖାଇଛି
ଦିବାରାତ୍ରୀ ସେ ପରିବାର ପାଇଁ ଧାଇଁ ଚାଲିଛି ।
ମାଳୀ ସାଜି ଶାବକକୁ ଜଳ ରୂପୀ ସ୍ନେହ ସିଞ୍ଚିଛି
ପରିଶ୍ରମରେ ସେ ନିଜ ପରିବାର ଗଢି ତୋଳିଛି ।
ଅନୁଶାସନର ଡୋରୀରେ ଆମକୁ ବାନ୍ଧିଛି
ସମ୍ମାନ ସହ ବଞ୍ଚିବାର ଶିକ୍ଷା ଯେ ଦେଇଛି ।
ସ୍ଵର୍ଗାଦପି ସ୍ନେହେ ଭରା ପିତା ଆମର ।
ମାତା ରଖେ ସନ୍ତାନକୁ ଦଶ ମାସ ଗର୍ଭେ
ହେଲେ ପିତା ରଖେ ସନ୍ତାନକୁ ବାର ମାସ ମସ୍ତିଷ୍କେ ।
ପିତାମାତା ମିଳନେ ପୂର୍ଣ୍ଣ ଏହି ପ୍ରଥା
ପିତା ଥିଲେ ପାଖେ ମନେ ନଥାଏ ବ୍ୟଥା ।
ନାରୀର ଦୁଃଖର ଲୁହରେ ମହାନଦୀ ଭରିଛି
ଦୁଃଖୀ ବୋଲି ସାରା ଜଗତ ଜାଣିଛି ।
ହେଲେ ପୁରୁଷୋତ୍ତମର ମୁଖା ପଛରେ
ପିତା ନିଜ ଲୁହ ଲୁଚାଇ ଚାଲେ ସଂସାରରେ ।
ତାଙ୍କରି ପଦପଦ୍ମେ କୋଟି କୋଟି ପ୍ରଣାମ
ପିତା ପରା ଧରାରେ ଆମ ଈଶ୍ଵର ସମାନ ।
ବସନ୍ତ ବିହାର, ବୁର୍ଲା, ସମ୍ବଲପୁର, ମୋ – ୮୪୫୬୯୨୩୭୨୩
ଲେଖକ ପରିଚୟ
ଜଣେ ଓଡ଼ିଶୀ ନୃତ୍ୟଶିଳ୍ପୀ ସହିତ କଳା ଓ ସାହିତ୍ୟ ପ୍ରତି ମୋର ଅଗାଧ ପ୍ରେମ । ଇଞ୍ଜନିୟରିଂ ପାଠ ପଢିଲାବେଳେ ଲେଖାଲେଖି ଆରମ୍ଭ କରିଥିଲି । ପ୍ରିୟ ବାନ୍ଧବୀ ଓ ବାନ୍ଧବୀଙ୍କ ଲେଖିକା ମାଆଙ୍କ ଠାରୁ ପ୍ରଥମେ ପ୍ରେରଣା ପାଇଲା ପରେ ସ୍ନାତୋତ୍ତର ପଢିଲାବେଳେ ସାହିତ୍ୟ ପ୍ରତି ପ୍ରେମ ଦ୍ଵିଗୁଣିତ ହେଲା । ଅନେକ ପତ୍ରପତ୍ରିକାରେ ଲେଖା ପ୍ରକାଶିତ ହେବାରେ ଲାଗିଲା । ନୃତ୍ୟ ଆଉ ପାଠପଢ଼ାରୁ ସମୟ ପାଇଲେ ଭାବନା ସବୁକୁ ଶବ୍ଦର ରୂପ ଦେବାକୁ ଭଲପାଏ ।