ପଞ୍ଚମ ଅଜୟ ଉତ୍ସବ ପୁରସ୍କାର ଘୋଷଣା

ଭୁବନେଶ୍ୱର : ପ୍ରତିବର୍ଷ ପବିତ୍ର ବସନ୍ତ ପଞ୍ଚମୀ ଦିନ ଅନୁଷ୍ଠିତ ହୋଇ ଆସୁଥିବା ଅଜୟ ଉତ୍ସବ ଚଳିତ ଫେବୃଆରୀ ମାସ ୧୪ ତାରିଖ ଦିନ ମହାସମାରୋହରେ ପାଳିତ ହୁଏ । ସାହିତ୍ୟ, ପୁରସ୍କାର, ମନୋରଞ୍ଜନର ଏହି କାର୍ଯ୍ୟକ୍ରମରେ ରାଜ୍ୟର ବହୁ ପ୍ରତିଷ୍ଠିତ ସାହିତ୍ୟିକ, ସଂଗୀତଜ୍ଞ, ବୁଦ୍ଧିଜୀବିମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

ଚଳିତ ବର୍ଷର ପଞ୍ଚମ ଅଜୟ ଉତ୍ସବ ୨୦୨୪ ସାହିତ୍ୟ ସମ୍ମାନ ଗାଳ୍ପିକ ଡ. ଲଲାଟେନ୍ଦୁ ସାହୁ ଓ ପଞ୍ଚମ ଅଜୟ ଉତ୍ସବ କବିତା ସମ୍ମାନ ୨୦୨୪ କବି ନିବେଦିତା ପଟ୍ଟନାୟକ (ବିନ୍ଦୁ ନିବେଦିତା) ପାଇବେ ବୋଲି ଅଜୟ ଟ୍ରଷ୍ଟର ଅଧ୍ୟକ୍ଷା ସାବିତ୍ରୀ ସାହୁ, ସଭାପତି ଅଶୋକ ପୁହାଣ ଓ ସମ୍ପାଦକ ଅକ୍ଷୟ ସ୍ଵାଇଁ ଏକ ପ୍ରେସ ବିବୃତିରେ ପ୍ରକାଶ କରିଛନ୍ତି ।

Related Posts

Leave a Reply

Your email address will not be published. Required fields are marked *