୪୦ ଜଣଙ୍କୁ ମିଳିଲା ରାଜଧାନୀ ପୁସ୍ତକମେଳା ପୁରସ୍କାର

ଭୁବନେଶ୍ୱର : ରାଜଧାନୀ ପୁସ୍ତକମେଳା କମିଟି ପକ୍ଷରୁ ଗୀତଗୋବିନ୍ଦ ସଦନଠାରେ ରାଜଧାନୀ ପୁସ୍ତକମେଳା ପୁରସ୍କାର ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ୩ ବର୍ଷ ପାଇଁ ୪୦ ଜଣ ସାହିତ୍ୟିକଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । କମିଟି ସଭାପତି ଡ. ଉପେନ୍ଦ୍ର କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ବିଶିଷ୍ଟ ସାହିତ୍ୟିକ ଶାନ୍ତନୁ କୁମାର ଆଚାର୍ଯ୍ୟ ମୁଖ୍ୟ ଅତିଥି, ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ମୁଖ୍ୟବକ୍ତା ଓ ଡ. ବଦ୍ରିନାଥ ପଟ୍ଟନାୟକ ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ । ପ୍ରାରମ୍ଭରେ ଆବାହକ ରମେଶ ଚନ୍ଦ୍ର ସ୍ଵାଇଁ ସ୍ଵାଗତ ଭାଷଣ ଦେଇଥିଲା ବେଳେ ସମ୍ପାଦକ ବିଧୂଭୁଷଣ ପଟ୍ଟନାୟକ ବିବରଣୀ ପ୍ରଦାନ କରିଥିଲେ । ୨୦୨୦ ମସିହା ପ୍ରବନ୍ଧ ପୁସ୍ତକ ‘ଦିବ୍ୟ ସ୍ପନ୍ଦନ’ ପାଇଁ ଡ. ଅଭିଳାଷ ଜେନା, ଉପନ୍ୟାସ ପୁସ୍ତକ ‘ରାଜନନ୍ଦିନୀ’ ପାଇଁ ସଂଯୁକ୍ତା ମହାପାତ୍ର ଓ ‘ଦିହୁଡ଼ି’ ‘ମହାଗାଥା କର୍ମସୂତ୍ର’ ପାଇଁ ସ୍ନେହସୁଧା ମିଶ୍ର, କବିତା ପୁସ୍ତକ ‘ମଲାପକ୍ଷୀର ଗୀତ’ ପାଇଁ ରମେଶ ପତି, ଗଳ୍ପ ପୁସ୍ତକ ‘ଜୀବନର ବାଟେଘାଟେ’ ପାଇଁ ଭୁବନେଶ୍ଵରୀ ପଣ୍ଡା ଓ ‘ବିଶ୍ଵାସର ବ୍ୟବଚ୍ଛେଦ’ ପାଇଁ କେଶବ ଚନ୍ଦ୍ର ରାଉତରାୟ, ଭ୍ରମଣ କାହାଣୀ ପୁସ୍ତକ ‘ଭୂସ୍ଵର୍ଗ’ ପାଇଁ ସତ୍ୟନାରାୟଣ ମିଶ୍ର ପ୍ରମୁଖଙ୍କୁ ପୁରସ୍କୃତ କରାଯାଇଥିଲା । ଶେଷରେ ୨୦୨୨ ମସିହା ପ୍ରବନ୍ଧ ପୁସ୍ତକ ‘ଦିଗ ଓ ଦିଗନ୍ତ’ ପାଇଁ ଡ. ଅଭୟ ନାରାୟଣ ନାୟକ, ଉପନ୍ୟାସ ପୁସ୍ତକ ‘କପୋତ ଡେଣାରେ ତାରାଙ୍କ ହାଟ’ ପାଇଁ ହେମନ୍ତ କୁମାର ହେମନ୍ତ କୁମାର ଘୋଷାଲ, କବିତା ପୁସ୍ତକ ‘ମନତଳେ ଯେବେ ଯେବେ ଫୁଲ ବର୍ଷା ହୁଏ’ ପାଇଁ ମିନତୀ ମିଶ୍ର ଓ ‘ଏକା ଏକା ଚକ୍ରବର୍ତ୍ତୀ’ ପାଇଁ ଚନ୍ଦ୍ରକାନ୍ତ ମଲ୍ଲିକ, ଗଳ୍ପ ପୁସ୍ତକ ‘ଶେଷ ସୂର୍ଯ୍ୟର ରଙ୍ଗ’ ପାଇଁ ବିଜୟନୀ ତ୍ରିପାଠୀ, ଅନୁବାଦ ପୁସ୍ତକ ‘ଅଭିକ୍ଷେପ’ ପାଇଁ ଅୟସକାନ୍ତ ଓ ‘୨୦ ଅଦ୍ଵିତୀୟ ଅନୁଭବ’ ପାଇଁ ଅନୁରୂପା ସିଂ, ଭ୍ରମଣ କାହାଣୀ ‘ଆମେରିକାରେ ସତୁରୀ ଦିନ’ ପାଇଁ ବିଜୟ ପଟ୍ଟନାୟକ ପ୍ରମୁଖଙ୍କୁ ରାଜଧାନୀ ପୁସ୍ତକମେଳା ପୁରସ୍କାର ପ୍ରଦାନ କରାଯାଇଥିଲା ।

Related Posts

Leave a Reply

Your email address will not be published. Required fields are marked *