ସ୍ୱାଧୀନତ୍ତୋର ଭାରତର ଗ୍ରାମ୍ୟ ଜୀବନ

ସନ୍ତୋଷ ପଟ୍ଟନାୟଳ

ଆବାହମାନ କାଳରୁ ଗାଁ ବିକାଶ କ୍ଷେତ୍ରର ଗାରିମାମୟ ଅଧ୍ୟାୟ । ସାମଗ୍ରିକ ସଂସ୍କୃତିସଂପନ୍ନ ବିବିଧତାରେ ଏକତାର ଆବାହନୀ ମନ୍ତ୍ର ସୃଷ୍ଟି କରିଥିବା ରାଷ୍ଟ୍ରଟିଏ ଥିଲା ଭାରତ । ଭାରତ ପରାଧୀନତାର ଶିକାର ହେବା ପରେ ଏହି ଗ୍ରାମାଞ୍ଚଳରୁ ହିଁ ଉଠିଥିଲା ସ୍ଵାଧୀନତାର ସ୍ଵର । ବହୁ ପାଇକ ଏଥିପାଇଁ ବଳିଦାନ ଦେଇଛନ୍ତି । ଧର୍ମପରାୟଣ ଓ ଈଶ୍ଵର ବିଶ୍ଵାସୀ ଭାରତର ଗ୍ରାମାଞ୍ଚଳରେ ଥିଲା ଭାଗବତ ଘର , ରାଜା ମାନେ ଥିଲେ ସାହିତ୍ୟ ପ୍ରେମୀ । ରାଜ ଦରବାରରେ ବହୁ ପଣ୍ଡିତ ତଥା କବିଙ୍କ କବିତା ଚର୍ଚ୍ଚା ହେଉଥିଲା ସେଥିରେ ସାଧରଣ ଜନଜୀବନଙ୍କ କଥା ପହଞ୍ଚି ପାରୁଥିଲା ଏବଂ ତାହା ସମାଧାନ ବି ହେଉଥିଲା । ନ୍ୟାୟ ବ୍ୟବସ୍ଥାରେ ଗାଁର ବଳିଷ୍ଠ ଭୂମିକା ଥିଲା । ଭାଇଚାରା ଥିଲା । ସଂସ୍କୃତି ଓ ପରମ୍ପରା ପ୍ରତି ଆଦର ଥିଲା ।

ସ୍ଵାଧୀନତା ପରେ ଗ୍ରାମୀଣ ଜୀବନ ବହୁମାତ୍ରାରେ ଉନ୍ନତ ଓ ପ୍ରତିଟି କ୍ଷେତ୍ରରେ ବିକଶିତ ହୋଇପାରିଛି ବୋଲି ଶାସକ କହୁଥିଲେ ମଧ୍ୟ ଏଥିରେ ବାସ୍ତବତା ନାହିଁ l ପ୍ରାକ ସ୍ୱାଧୀନତା ଭାରତର ଗ୍ରାମ୍ୟ ଜୀବନ ଓ ସ୍ୱାଧୀନତା ପରବର୍ତ୍ତୀ ଗ୍ରାମ୍ୟ ଜୀବନ ମଧ୍ୟରେ ରହିଛି ଅନେକ ପାର୍ଥକ୍ୟ । ପାଶ୍ଚାତ୍ୟ ସ୍ପର୍ଶରେ କ୍ଷୁର୍ଣ୍ଣ ହେଇଛି ଗ୍ରାମ୍ୟ ସଂସ୍କୃତି ଓ ପରମ୍ପରା । କୂଳବେଉସା ଧିରେ ଧିରେ ହଜୁଛି । ସାହିତ୍ୟ କ୍ଷେତ୍ରରେ ମାନପତ୍ର ପାଇଁ  ବର୍ତ୍ତମାନ ଅର୍ଥ କାରବାର ହେଉଛି । କୃଷକ ପ୍ରତି ଅବହେଳା ଏବେ ଚରମ ସୀମାକୁ ଗଲାଣି । ଲକ୍ଷ୍ୟାଧିକ ଟଙ୍କାର ବୈଷୟିକ ଉପକରଣ ଥିବା ବ୍ୟକ୍ତି ଚାଷୀ ବୋଲାଉଚି  । ଭାଗ ଚାଷୀ ତାର ଉପଯୁକ୍ତ ପ୍ରାପ୍ୟ ପାଇପାରୁନି । ଗ୍ରାମାଞ୍ଚଳକୁ ଗମନାଗମନ ସୁବିଧା ଏବେବି ଅପହଞ୍ଚ । ପ୍ରତିଶ୍ରୁତିରେ ଚାଲିଛି ସବୁ ବ୍ୟବସ୍ଥା । ଭାରତ ଏକ ଗ୍ରାମବହୁଳ ଦେଶ ଏବଂ ଗ୍ରାମ ସମୂହର ବିକାଶ ଉପରେ ନିର୍ଭର କରେ ଦେଶର ବିକାଶ । ମାତ୍ର ସ୍ୱାଧୀନତା ପରବର୍ତ୍ତୀ ଭାରତର ଗ୍ରାମ୍ୟ ଜୀବନରେ କିଛି ମାତ୍ରାରେ ହଟିପାରିଛି ପୁରୁଣା ଅନ୍ଧବିଶ୍ୱାସ ଓ କୁସଂସ୍କାର । ଶୋଷଣର ଭୟାବହତା ଆଜିବି ଜୀବିତ ଗ୍ରାମ୍ୟ ଜୀବନରେ ।

ଅଧିକନ୍ତୁ ସ୍ୱାଧୀନତ୍ତୋର ଗ୍ରାମ୍ୟ ଜୀବନ ପ୍ରତିଟି କ୍ଷେତ୍ରରେ ବିକଶିତ ବୋଲି କୁହାଯାଉଥିଲେ ମଧ୍ୟ ତାହା ବାସ୍ତବଧର୍ମୀ ନୁହେଁ l କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ,  ପରିବହନ, ସୂଚନା ଓ ପ୍ରଯୁକ୍ତିବିଦ୍ୟା  ଆଦି କ୍ଷେତ୍ରରେ ଆଶାନୁରୂପ ଉନ୍ନତି ପରିଲକ୍ଷିତ ହୋଇପାରି ନାହିଁ  l ସ୍ୱାଧୀନତା  ପରବର୍ତ୍ତୀ ‘ଗ୍ରାମ୍ୟ ଜୀବନ’ ଗାନ୍ଧିଜୀଙ୍କ ସ୍ଵରାଜ ଆଜି ସ୍ୱପ୍ନାତୀତ କହିଲେ ଭୁଲ ହେବନି l

ଅତଏବ ଭାରତର ଗ୍ରାମୀଣ ସଂସ୍କୃତି, ଐତିହ୍ୟ, ପରମ୍ପରା କ୍ଷୁର୍ଣ୍ଣ ହେବାରେ ଲାଗିଛି l ଦେଶ ତଥା ରାଜ୍ୟର ବିଭାଜନ ହେଇଛି । ସିଂହଭୂମୀ, ଖରସୁଆଁ, ଷଢେଇକଳା ଆଜି ବିଛିନ୍ନ ଓଡ଼ିଶା ପ୍ରଦେଶରୁ । ଆଧୁନିକ ସଭ୍ୟତା ସହରାଭିମୁଖୀ । ସ୍ଵାଭିମାନ ଆଜି ବନ୍ଧା ପଡ଼ିଯାଉଛି  ଶାସକର ମଦମାଂସ ଆସରରେ ଯାହାକି ପୂର୍ବେ ନଥିଲା । ସର୍ବୋପରି ସ୍ଵାଧୀନତା ଆମେ ପାଇଚେ ସତ, ୟା ଭିତରେ ବି ବିତି ସାରିଛି ୭୪ ବର୍ଷ, ହେଲେ ଆମେ ପ୍ରକାରାନ୍ତରେ ହରେଇ ଚାଲିଛେ ଆମ ନିଜର ସଂସ୍କାର, ସଂସ୍କୃତି, ମୂଳ ଶିକ୍ଷା ବ୍ୟବସ୍ଥାକୁ । ଯଦି ଏବେବି ଆମେ ସଜାଗ ନହେବା ଆଉ ଭାରତୀୟ ପରମ୍ପରା ପ୍ରତି ଯତ୍ନବାନ ନହେବା ତେବେ ଭାରତର ଗାଁଗୁଡ଼ିକ ପାଶ୍ଚାତ୍ୟର କରାଗାରରେ ପୁଣିଥରେ ପରାଧିନତା ବରଣ କରିବ, ଏହା ନିଃସନ୍ଦେହ ।  

ବେଗୁନିଆପଡ଼ା ବ୍ଳକ, ତିରିଡ଼ା, ଗଞ୍ଜାମ, ୭୯୮୪୨୫୯୦୮୦

ଲେଖକ ପରିଚୟ

ପିଲାଟିବେଳୁ ଗପ ଆଉ କବିତା ପଢିବାକୁ ଭଲ ଲାଗେ । ପଢିବା ସମୟରେ ଭାବିବସେ ମୁଁ ବି କିଛି ଲେଖିପାରନ୍ତିକି ! ପାଠପଢା ପରେ କର୍ମମୟ ଜୀବନର କ୍ଳାନ୍ତି ଦୂର କରିବାକୁ ଶବ୍ଦର ସାହାରା ନେଲି, ଆଉ ସେଇଟା ମୋତେ ଲେଖିବାକୁ ପ୍ରୋତ୍ସାହିତ କଲା । “ସମର୍ପଣ” ନାମରେ ଏକ କବିତା ସଙ୍କଳନ ink world ଦ୍ଵାରା ପ୍ରକାଶିତ ଅପେକ୍ଷାରେ ଥିଲାବେଳେ  ‘ବେଦାନ୍ତୀ’, ‘ଆହ୍ଵାନ’, ‘ବଣମଲ୍ଲୀର ମହକ’, ‘ସମ୍ବାଦ କଳିକା’, ‘ମାଟିଲଗ୍ନା’, ‘Odisha Sambda’, ‘Storymirror’, ‘ପ୍ରତିଲିପି’ ଭଳି ସାହିତ୍ୟ ପତ୍ର-ପତ୍ରିକାରେ କିଛି ଲେଖା ପ୍ରକାଶ ପାଇଛି ।

Related Posts

Leave a Reply

Your email address will not be published. Required fields are marked *