ଭବାନୀ ଶଙ୍କର ନାଥ
ଲୁହ ଦେଇଗଲା ଲୌହଦାନବ
ଚାରିଆଡ଼େ ଖାଲି ମଣିଷ ଶବ,
କରମଣ୍ଡଳରେ କରାଳ ରାତ୍ରୀ
ମରି ହଜିଗଲେ କେତେ ଯେ ଯାତ୍ରୀ,
ପତ୍ନୀ ଆଗେ ପତୀ ଦେହ ଛାଡ଼ିଲା
ବାପମା’ ଛେଉଣ୍ଡ ପିଲା ହୋଇଲା,
ଭାଙ୍ଗିଗଲା ଶଙ୍ଖା କେତେ ହାତରୁ
ପୁତ୍ର ନଫେରିଲା ମହା ନିଦ୍ରାରୁ,
ସତେ ତୁ ଦଇବ ନିଷ୍ଠୁର କେତେ
ନେଇଗଲୁ କେତେ ଜୀବନ ସତେ,
କଞ୍ଚା ପାଚିଲା ତୁ ଦେଖିଲୁ ନାହିଁ
ସଭିଙ୍କୁ କୋଳେଇ ନେଲୁରେ ତୁହି,
ଓଡ଼ିଶା ଭିଜିଲା ଲୁହ ରକ୍ତରେ
କି ଖୁସି ପାଇଲ କୁହ ଠାକୁରେ !
ଆହେ ମହାପ୍ରଭୁ କରେ ବିନତୀ
ସଭିଙ୍କ ଆତ୍ମାକୁ ଦିଅ ହେ ତୃପ୍ତି ।
ସାମନ୍ତରାପୁର, ତିର୍ତ୍ତୋଲ, ଜଗତସିଂହପୁର
ଲେଖକ ପରିଚୟ
ମୁମ୍ବାଇରେ ପ୍ରାୟ ପାଞ୍ଚ ବର୍ଷ ଏକ କମ୍ପାନୀରେ କାର୍ଯ୍ୟ କଲାପରେ, ବର୍ତ୍ତମାନ ବିଦେଶରେ ଜଣେ ଇଞ୍ଜିନିୟର ରୂପେ କାର୍ଯରତ । ମାତ୍ର କେବଳ ପନ୍ଦର ବର୍ଷ ବୟସରୁ ହିଁ କବିତା ଓ କ୍ଷୁଦ୍ର ଗଳ୍ପ ଲେଖାରେ ପାରଦର୍ଶିତା ହାସଲ କରିଥିଲେ ଲେଖକ ମହାଶୟ । କ୍ଷୋବର ବିଷୟ ଏହିକି ଯେ ସେସବୁକୁ ପ୍ରକାଶିତ କରିବାର କୌଣସି ସୁଯୋଗ ତାଙ୍କୁ ମିଳି ପାରିନାଇଁ । ତଥାପି ସେ ଅବିରତ ଲେଖି ଚାଲିଛନ୍ତି ନିଜର ଆତ୍ମ ସନ୍ତୋଷ ନିମନ୍ତେ ।