ସାହିତ୍ୟର ତିନି ରତ୍ନ ପାଇଲେ ‘ଅତିବଡ଼ୀ ପୁରସ୍କାର’

ଭୁବନେଶ୍ୱର : ଓଡ଼ିଶା ସାହିତ୍ୟ ଏକାଡ଼େମୀ ପକ୍ଷରୁ ୨୦୨୧ ପାଇଁ ପ୍ରତିଭା ରାୟ, ୨୦୨୨ ପାଇଁ ସୀତାକାନ୍ତ ମହାପାତ୍ର ଏବଂ ୨୦୨୩ ମସିହା ପାଇଁ ଶ୍ରୀନିବାସ ଉଦଗାତାଙ୍କୁ ସର୍ବୋଚ୍ଚ ସାରସ୍ୱତ ସମ୍ମାନ “ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର” ପ୍ରଦାନ କରାଯାଇଛି । ପୁରସ୍କାର ବାବଦରେ ସେମାନଙ୍କୁ ପାଞ୍ଚ ଲକ୍ଷ ଟଙ୍କାର ଅର୍ଥରାଶି ସହ ମାନପତ୍ର ଓ ଉପଢ଼ୌକନ ପ୍ରଦାନ କରାଯାଇଛି । ଏହା ସହିତ ତିନି ବର୍ଷ ପାଇଁ ୪୫ ଜଣ ବରିଷ୍ଠ ସାରସ୍ଵତ ସାଧକ ସାଧିକାଙ୍କୁ ମଧ୍ୟ ସାହିତ୍ୟ ଏକାଡ଼େମୀ ପକ୍ଷରୁ ସମ୍ବର୍ଦ୍ଧିତ କରାଯିବ ବୋଲି ଜଣାପଡ଼ିଛି । ଓଡ଼ିଶା ସାହିତ୍ୟ ଏକାଡ଼େମୀ ପକ୍ଷରୁ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

Related Posts

Leave a Reply

Your email address will not be published. Required fields are marked *