ଚର୍ଚ୍ଚାରେ ସୁନ୍ଦରଗଡ଼ର ଗୀତିକବି ଦୁର୍ଗାମାଧବ ପଣ୍ଡା

ଭୁବନେଶ୍ୱର : ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ଜାତୀୟ ପୁରସ୍କାର ପାଇବାକୁ ଅନୁପମ ପଟ୍ଟନାୟକଙ୍କ ‘ପ୍ରତୀକ୍ଷା’ର ନାମ ଘୋଷଣା ପରେ ଚର୍ଚ୍ଚାକୁ ଆସିଛନ୍ତି ସୁନ୍ଦରଗଡ଼ର ଗୀତିକବି ଦୁର୍ଗାମାଧବ ପଣ୍ଡା । ଚଳଚ୍ଚିତ୍ରରେ ସ୍ଥାନ ପାଇଥିବା ତାଙ୍କ ରଚିତ ‘କହରେ ଆକାଶ’ ଓ ‘ଭୁଲ ଯେବେ କାହାର ହୁଏ’ ଗୀତ ବେଶ ଆଦୃତ ଲାଭ କରିଛି ।

ଏହା ପୂର୍ବରୁ ସଙ୍ଗୀତ ‘କହରେ ଆକାଶ’ ପାଇଁ ଦୁର୍ଗାମାଧବ ଶ୍ରେଷ୍ଠ ଗୀତିକାର ଭାବେ ବାଣୀଚିତ୍ର ସିନେ ସମ୍ମାନ ପାଇଥିଲେ ।

ଆକାଶବାଣୀର ମାନ୍ୟତା ପ୍ରାପ୍ତ ଗୀତିକାର ଶ୍ରୀ ପଣ୍ଡା ପବିତ୍ର ବନ୍ଧନ, ଉଲଗୁଲାନ, ଚିନି, ବଡ଼ ମାଆ ପାଇଁ ଗୀତ ଲେଖି ସମସ୍ତଙ୍କ ମନ କିଣିଛନ୍ତି । ପିଲାଦିନରୁ ସଙ୍ଗୀତ ପ୍ରତି ଆକର୍ଷିତ ଓ ପରବର୍ତ୍ତୀ ସମୟରେ ସମର୍ପିତ ଶ୍ରୀ ପଣ୍ଡା ପ୍ରାୟ ୫ ହଜାରରୁ ଅଧିକ ଚର୍ଚ୍ଚିତ ମନଛୁଆଁ ଆଧୁନିକ, ସମ୍ବଲପୁରୀ, ଲୋକଗୀତ ରଚନା କରିବା ସହିତ ସଙ୍ଗୀତ ଦେଇ ଜଣେ ଲୋକପ୍ରିୟ ଗୀତିକାର ଭାବେ ସିନେ ଓ ନାଟକ ଜଗତରେ ବେଶ ପରିଚୟ ସୃଷ୍ଟି କରିଛନ୍ତି । ଦୁର୍ଗାମାଧବ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇବାକୁ ଥିବା ‘ପ୍ରତୀକ୍ଷା’ ଟିମରେ ସାମିଲ ହେବା ଜିଲ୍ଲା ପାଇଁ ଗର୍ବ ଓ ଗୌରବର ବିଷୟ ।

Related Posts

Leave a Reply

Your email address will not be published. Required fields are marked *