ଓଡି଼ଶାର ୩ ସାହିତ୍ୟିକଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର

ହୃଷିକେଶ ମଲ୍ଲିକ, ଦିଗରାଜ ବ୍ରହ୍ମା ଓ ଦେବବ୍ରତ ଦାସ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଁ ମନୋନୀତ

ହୃଷିକେଶ ମଲ୍ଲିକ
ଦିଗରାଜ ବ୍ରହ୍ମା


୨୦୨୧ ମସିହା ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା ହୋଇଛି । ବିଶିଷ୍ଟ ସାହିତ୍ୟିକ ହୃଷିକେଶ ମଲ୍ଲିକଙ୍କୁ ସାହିତ୍ୟ ଏକାଡେମୀ ପୁରସ୍କାର, ଦିଗରାଜ ବ୍ରହ୍ମାଙ୍କୁ ବାଳ-ସାହିତ୍ୟ ପୁରସ୍କାର ଏବଂ ଦେବବ୍ରତ ଦାସଙ୍କୁ ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ମିଳିବ ।
ହୃଷିକେଶ ମଲ୍ଲିକଙ୍କ ‘ସରିଯାଇଥିବା ଅପେରା’, ଦିଗରାଜ ବ୍ରହ୍ମାଙ୍କ ‘ଗୀତ କହେ ମାଟିର କଥା’ ଓ ଦେବବ୍ରତ ଦାସଙ୍କ ‘ସ୍ପର୍ଶ ଓ ଅନ୍ୟାନ୍ୟ ଗଳ୍ପ’ ପୁସ୍ତକ ଏକାଡେମୀ ପୁରସ୍କାର ପାଇଁ ମନୋନୀତ ହୋଇଛି ।
ଏ ଘୋଷଣା ପରେ ସାମାଜିକ ଗଣମାଧ୍ୟମରେ ବହୁ ପାଠକ ପାଠିକା ପୁରସ୍କାର ପାଇବାକୁ ଥିବା ୩ଜଣ ସାହିତ୍ୟିକଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।

Related Posts

Leave a Reply

Your email address will not be published. Required fields are marked *