ଓଡ଼ିଆ କବିଙ୍କ ପୁସ୍ତକର ଗୁଜରାତୀ ଅନୁବାଦ ପାଇଲା ସାହିତ୍ୟ ଏକାଡ଼େମୀ ପୁରସ୍କାର

ଭୁବନେଶ୍ୱର : ମୁମ୍ବାଇରେ ରହୁଥିବା ବିଶିଷ୍ଟ ଓଡ଼ିଆ କବି ପାରମିତା ଷଡ଼ଙ୍ଗୀଙ୍କ ମୂଳ ହିନ୍ଦୀ ଭାଷାରେ ଲିଖିତ କବିତା ପୁସ୍ତକ “ଲଜ୍ଜା”ର ଗୁଜରାତୀ ଅନୁଦିତ ପୁସ୍ତକ “ଲଜ୍ଜା” ଗୁଜରାତ ସାହିତ୍ୟ ଏକାଡ଼େମୀର ଶ୍ରେଷ୍ଠ ଅନୁବାଦ ପୁସ୍ତକ ପୁରସ୍କାର ପାଇବ ବୋଲି ଘୋଷଣା ହୋଇଛି । ଗତକାଲି ଗୁଜରାତ ସାହିତ୍ୟ ଏକାଡ଼େମୀ ପକ୍ଷରୁ ଏନେଇ ଘୋଷଣା କରାଯାଇଥିଲା । ପୁସ୍ତକର ଅନୁବାଦିକା ହୀନା ମୋଦି ଏଥିନିମନ୍ତେ ପୁରସ୍କୃତ ମଧ୍ୟ ହେବେ ।

ସୂଚନାଯୋଗ୍ୟ ଯେ ପାରମିତା ଷଡ଼ଙ୍ଗୀ ଉଭୟ ଓଡ଼ିଆ ଓ ହିନ୍ଦୀ ଭାଷାରେ ଜଣେ ଜଣାଶୁଣା କବି । ୨୦୨୧ ମସିହାରେ ପ୍ରକାଶିତ ତାଙ୍କର ମୂଳ ହିନ୍ଦୀ ଭାଷାରେ ଲିଖିତ କବିତା ପୁସ୍ତକ ଲଜ୍ଜା ହିନ୍ଦୀ ସାହିତ୍ୟରେ ଏକାଧିକ ପୁରସ୍କାର ଲାଭ କରିଛି । ସେଥିମଧ୍ୟରେ ଉତ୍ତର ପ୍ରଦେଶର ଏ.ବି. ହିନ୍ଦୀ ସେବା ତରଫରୁ “କୈଳାସ ଦେବୀ ସ୍ମୃତି ସମ୍ମାନ” ଏବଂ ନାସିକର ବିଦ୍ୟୋତତ୍ମା ସଂସ୍ଥା ତରଫରୁ “ସାହିତ୍ୟ ଆରାଧନା ସମ୍ମାନ” ଏବଂ ଉଇଙ୍ଗସ୍ ପବ୍ଲିକେସନ ତରଫରୁ “ଗୋଲ୍ଡେନ ବୁକ୍ ଆୱାର୍ଡ” ଅନ୍ତର୍ଭୁକ୍ତ । ସେହିଭଳି ଏହି ପୁସ୍ତକର ମରାଠୀ ଭାଷାରେ ଅନୁଦିତ ପୁସ୍ତକ “ଯଜ୍ଞ ଆଣି ଇତର କବିତା” ନିମନ୍ତେ ଅନୁବାଦିକା ରଚନାଙ୍କୁ “ଗ୍ରନ୍ଥରତ୍ନ” ପୁରସ୍କାର ମିଳିଥିଲା । କବୀ ପାରମିତା ବିଶିଷ୍ଟ କବି ବଂଶୀଧର ଷଡ଼ଙ୍ଗୀଙ୍କ ଝିଅ । ତାଙ୍କ ସାନ ଭଉଣୀ ଇପ୍ସିତା ଷଡ଼ଙ୍ଗୀ ମଧ୍ୟ ଜଣେ ଜଣାଶୁଣା କବି ।

Related Posts

Leave a Reply

Your email address will not be published. Required fields are marked *