ଗ୍ରନ୍ଥାଗାର ସପ୍ତାହ ପାଳନ ପାଇଁ ପ୍ରସ୍ତୁତି ବୈଠକ

ଭୁବନେଶ୍ୱର : ଓଡ଼ିଶା ଲାଇବ୍ରେରୀ ଏକାଡ଼େମୀ ପକ୍ଷରୁ ଗ୍ରନ୍ଥାଗାର ସପ୍ତାହ ପାଳନ ନିମନ୍ତେ ରାଜ୍ୟ ଗ୍ରନ୍ଥାଗାରର କର୍ମଚାରୀମାନଙ୍କ ସହ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଭାସୀ ମାଧ୍ୟ୍ୟମରେ ବିଭାଗୀୟ ନିର୍ଦ୍ଦେଶକ ଦିଲ୍ଲୀପ ରାଉତରାୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ରାଜ୍ୟ ଗ୍ରନ୍ଥାଗାର ଯୁଗ୍ମଶାସନ ସଚିବ ତଥା ସ୍ୱତନ୍ତ୍ର କର୍ତ୍ତବ୍ୟରତ ଅଧିକାରୀ ସମସ୍ତଙ୍କୁ ସ୍ୱାଗତ କରିବା ସହ ପ୍ରାରମ୍ଭିକ ସୂଚନା ଦେଇଥିଲେ । ଏହି ସଭାରେ ଓଡ଼ିଶା ଲାଇବ୍ରେରୀ ଏକାଡ଼େମୀ ସଭାପତି ବାନାମ୍ବର ସାହୁ, ଓଡ଼ିଶା ଲାଇବ୍ରେରୀ ଏକାଡ଼େମୀ ସମ୍ପାଦକ ବିଜୟ କେତନ ପଣ୍ଡା ଓ ବିଭୂତି ଭୂଷଣ ସାହୁ ତଥା ଗ୍ରନ୍ଥାଗାରର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ଆସନ୍ତା ୧୪ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ଗ୍ରନ୍ଥାଗାର ସପ୍ତାହ ପାଳନ କରାଯିବା ନେଇ ଏହି ପ୍ରସ୍ତୁତି ବୈଠକରେ ପ୍ରାରମ୍ଭିକ ଆଲୋଚନା ହୋଇଯାଇଛି ।

Related Posts

Leave a Reply

Your email address will not be published. Required fields are marked *